logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ୍ସପୋଜର ଭିଜିଟ,ଦାମନଯୋଡ଼ି, କୋରାପୁଟ

ଦାମନଯୋଡ଼ି,୧୫/୦୨:ପିଏମଶ୍ରୀ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏକ୍ସପୋଜର ଭିଜିଟ ଅନୁଷ୍ଠିତ ହୋଇଛି।ସରକାରଙ୍କ ସହାୟତାରେ ପିଏମଶ୍ରୀ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏହା ଅନ୍ୟତମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ପରିଚିତ କରାଯାଇଥିଲା। ଚଳିତ ମାସ ୧୩ ଓ ୧୪ତାରିଖ ଦୁଇଦିନ ଏହି ପରିଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା।ପ୍ରଥମ ଦିବସରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଟାଙ୍ଗୀ ସ୍ଥିତ ସରକାରୀ ଶିଳ୍ପ ଓ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ।ସେଠାରେ ସେମାନେ ବିଭିନ୍ନ ଯନ୍ତ୍ରପାତିର କାର୍ଯ୍ୟ ଓ ବ୍ୟବହାର ଅନୁଧ୍ୟାନ କରିଥିଲେ। ଦ୍ଵିତୀୟ ଦିବସରେ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମିଳିଗୁଡା ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିଥିଲେ।ସେଠାରେ ବିଭିନ୍ନ ବିଭାଗ ଯଥା ସିଭିଲ,ଇଲେକ୍ଟ୍ରିକାଲ ଆଦିର ଯନ୍ତ୍ରପାତିର ଉପଯୋଗିତା ଜାଣିଥିଲେ।ବିଦ୍ୟାଳୟର ପ୍ରାୟ ୫୪୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିଲେ।ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଜିଲ୍ଲା ପରିବହନ ବିଭାଗର ସହାୟତାରେ ଯାନବାହନର ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ କର୍ମକର୍ତ୍ତାଙ୍କ ସହାୟତାରେ ଏହି ଏକ୍ସପୋଜର ଭିଜିଟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।

15
196 views

Comment