ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ୍ସପୋଜର ଭିଜିଟ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧୫/୨/୨୬(ରବିବାର)
ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ୍ସପୋଜର ଭିଜିଟ ପି.ଏମ.ଶ୍ରୀ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଏକ୍ସପୋଜର ଭିଜିଟ ଅନୁଷ୍ଠିତ ହୋଇଛି । ସରକାରଙ୍କ ସହାୟତାରେ ପି.ଏମ.ଶ୍ରୀ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏହା ଅନ୍ୟତମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ କାର୍ଯ୍ୟ ସହ ପରିଚିତ କରାଯାଇଥିଲା । ଦୁଇଦିନ ତା ୧୩/୦୨/୨୬ ଓ ତା ୧୪/୦୨/୨୬ ଧରି ଏହି ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିଥିଲା । ପ୍ରଥମ ଦିବସରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଟାଙ୍ଗୀ ସ୍ଥିତ ସରକାରୀ ଶିଳ୍ପ ଓ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ସେଠାରେ ସେମାନେ ବିଭିନ୍ନ ଯନ୍ତ୍ରପାତିର କାର୍ଯ୍ୟ ଓ ବ୍ୟବହାର ଅନୁଧ୍ୟାନ କରିଥିଲେ । ପରିଦର୍ଶନର ଦ୍ଵିତୀୟ ଦିବସରେ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମନ୍ତ ଚନ୍ଦ୍ରଶେଖର ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ବିଭାଗ ଯଥା ସିଭିଲ, ଇଲେକ୍ଟ୍ରିକାଲ ଆଦିର ଯନ୍ତ୍ରପାତିର ଉପଯୋଗିତା ଜାଣିଥିଲେ । ବିଦ୍ୟାଳୟର ପ୍ରାୟ ୫୪୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିଲେ । ଜିଲ୍ଲାପାଳଙ୍କ ଅନୁମତି କ୍ରମେ RTO ବିଭାଗର ସହାୟତାରେ ଯାନବାହନ ର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ କର୍ମକର୍ତ୍ତାଙ୍କ ସହାୟତାରେ ଏହି ଏକ୍ସପୋଜର ଭିଜିଟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।