logo

ଖବର ଆଜିର, ୧୫ ଫେବ୍ରୁଆରୀ, ରବିବାର


ରାଜ୍ୟରୁ ଶୀତ ଗଲାବେଳେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର୍‌ ଅଞ୍ଚଳ ବାରହାକାମୁଡ଼ାରେ ଏବେ ବି ତାପମାତ୍ରା ୩ ଡିଗ୍ରି।

ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଆଧାର ଅଭିଯୋଗ ଶୁଣାଣି। ଏଥିପାଇଁ ଓକାକ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ।

ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ବଜେଟ୍ ୨୦୨୬-୨୭କୁ ମଞ୍ଜୁରୀ। ସରକାରଙ୍କୁ ଆର୍ଥିକ ସଙ୍କଟ, ବଢ଼ିବ ଋଣ ବୋଝ।

ଜମି ପଟ୍ଟା ସମ୍ବନ୍ଧୀୟ ସଂଶୋଧନ କାର୍ଯ୍ୟ ଶୀଘ୍ର ସାରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ। କାମ ଢିଲାହେଲେ ତହସିଲଦାରଙ୍କୁ ଦଣ୍ଡ।

୨୦୨୬-୨୭ ଶିକ୍ଷାବର୍ଷ ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି, ମାଷ୍ଟର ଡାଟାବେସ୍‌ ଅପଡେଟ୍‌ ପ୍ରକ୍ରିୟା ଆରମ୍ଭ।

ରାଜ୍ୟରେ ଛାତ୍ରବୃତ୍ତି ଅପବ୍ୟବହାର। ଯୋଗ୍ୟ ପାଉନାହାନ୍ତି, ଅଯୋଗ୍ୟ ପାଉଛନ୍ତି। ଉଚ୍ଚଶିକ୍ଷା ବିଭାଗକୁ ୟୁଜିସିର ଯାଞ୍ଚ ନିର୍ଦ୍ଦେଶ।

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟିର ବିପର୍ଯ୍ୟୟ ଏବଂ ଡାଟା ସେଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମାଝୀ।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ଜାଲ୍‌ ପାସ୍‌ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, କହିଲେ ପୁଲିସ କମିଶନର।

ଭଦ୍ରକ ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରାତି ୧୨ଟା ଯାଏ ରୁଦ୍ରାଭିଷେକ, ରାତ୍ର ୧ରେ ସୁନା ବେଶ, ଭୋର ୪.୩୦ରେ ଉଠିବ ମହାଦୀପ।

କଟକ ବଡ ମେଡିକାଲ୍‌ରେ ଯୋଗ୍ୟତା ନଥିବା ନର୍ସିଂ କର୍ମଚାରୀଙ୍କୁ ଆଉଟ ସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଦିଆଗଲା।

ବାଲେଶ୍ବର ନୀଳଗିରି ଅଞ୍ଚଳରେ ଲଜ୍ଜ୍ୟା। ଅଢ଼େଇ ବର୍ଷର ଶିଶୁପୁତ୍ରକୁ ଲକ୍ଷେ ଟଙ୍କାରେ ବିକିଲା ବାପା।

କଟକର ଚାରୋଟି ୪ଟି ପ୍ରମୁଖ ବାର୍ ଆସୋସିଏସନ ସଦସ୍ୟଙ୍କ କଲ୍ୟାଣପାଣ୍ଠିରୁ ୪୦ ଲକ୍ଷ ହେରଫେର। ଯୁବତୀ ଆକାଉଣ୍ଟାଣ୍ଟ ଗିରଫ।

ଖୋର୍ଦ୍ଧା ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ, ୫ଟି ସ୍ଥାନରେ ୮ ମନ୍ଦିରରୁ ସିରିଜ ଲୁଟ କଲେ।

ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ଵହୁ ପରିମାଣରେ ନକଲି ଜର୍ଦ୍ଦା ଜବତ, କାଜିମହଲା ଅଂଚଳର ରାଜା ଉଲ ହକ ଗିରଫ।

କଟକ ଚୌଦ୍ବାର ଜେଲରୁ ଫେରାର କଏଦୀ ମଧୁକାନ୍ତ ରାଣା ମଥୁରାରୁ ଗିରଫ। ବେଶ ବଦଳାଇ ଗେଷ୍ଟ ହାଉସରେ କାମ କରୁଥିଲା।

ଗଜପତି ଜିଲ୍ଲା ମୋହନା ଚାନ୍ଦିପୁଟରେ ଓଭରଟେକ୍ ବେଳେ ପାହାଡରେ ପିଟି ହେଲା ବସ୍ , ୩୦ ଯାତ୍ରୀ ଆହତ।

ମୟୁରଭଞ୍ଜ ଦୁଆରଶୁଣି ଘାଟି ସଂପ୍ରସାରଣ କାର୍ଯ୍ୟ ବେଳେ ଘାଟିରୁ ବଡ଼ ପଥର ଖସି ଦୁଇ ଜଣ ବାଇକ୍‌ ଆରୋହୀଙ୍କ ଗୁରୁତର ଆହତ।

ଗଂଜାମ ଜିଲ୍ଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଚୋର ସନ୍ଦେହରେ ଯୁବକକୁ ପିଟିପିଟି ହତ୍ୟା ଘଟଣାରେ ୨୦ ଜଣ କୋର୍ଟ ଚାଲାଣ ହେଲେ।

ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡାଧାର ଜଳପ୍ରପାତରେ ବିବାହ ବାର୍ଷିକୀ ସେଲିବ୍ରେସନ୍ ଗସ୍ତରେ ହୃଦ୍‌ଘାତରେ ଚାଲିଗଲା ଜୀବନ। ମୃତକ ରାଜେଶ ଗୁପ୍ତା।

କଟକ ଶିଶୁଭବନ ଆଶ୍ରୟ କୋଠରୀରେ ବାହାରିଲା ବିରାଟ ବିଷଧର ସାପ।

କେନ୍ଦୁଝର ବଡ଼ବିଲରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଡକାୟତି ଘଟଣାରେ ଆଉ ୨ ଡକାୟତ ବିହାର ପାଟନାରୁ ଗିରଫ।

ଉପ ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ସାଂସଦଙ୍କୁ ଅପମାନ ଦେବାରୁ କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ।

ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ।

ଭୁବନେଶ୍ବର ବିମାନବନ୍ଦର ବିକ୍ରି ହେବ, ଲାଭାଂଶରେ କର୍ଣ୍ଣାଟକର ହୁବୁଳି ବିମାନବନ୍ଦରର କ୍ଷତିଭରଣା ସହ ଏହାର ଉନ୍ନତୀକରଣ କରାଯିବ।

ହତ୍ୟା ମାମଲାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ବାଇରାଥି ବାସବରାଜ ଗିରଫ।

ମୁମ୍ବଇ ମୁଲୁଣ୍ଡରେ ଭୁଶୁଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ।

କେନ୍ଦୁଝରର ଠକେଇ ମାମଲାରେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷାଙ୍କୁ ଗିରଫ କଲା ଖଣ୍ଡଗିରି ପୁଲିସ।

ପୁଲୱାମା ଆକ୍ରମଣକୁ ସାତ ବର୍ଷ ପୁରିଲା। ଦେଶର ନିର୍ବାଚନ ପୂର୍ବରୁ ଉଜୁଡ଼ି ଯାଇଥିଲା ୪୦ ଯବାନଙ୍କ ପରିବାର।

ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପରେ ଏସ୍‌୩ ବର୍ଗର ଚମ୍ପିୟାନ ହେଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ।

ବିଶ୍ୱକପ କ୍ରିକେଟରେ ଓମାନକୁ ୯୬ ରନ ବ୍ୟବଧାନରେ ପରାସ୍ତ କଲା ଆୟର୍ଲାଣ୍ଡ୍‌।

ଇଞ୍ଜିନିୟରିଂ ପଢୁଥିବା କର୍ଣ୍ଣାଟକର ୨୨ ବର୍ଷୀୟ ଛାତ୍ର ଆମେରିକା କାଲିଫର୍ନିଆରେ ନିଖୋଜ।

ଋଷରେ ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ।

*ଗତବର୍ଷ ଏଇ ସମୟରେ*
ସର୍ବେକ୍ଷଣ ରିପୋର୍ଟରେ ଅଷ୍ଟମ ଶ୍ରେଣୀ ୩୦% ପିଲା ଫେଡ଼ାଣ ଓ ୫୧% ପିଲା ହରଣ ଜାଣିନଥିଲେ।

ରାଜ୍ୟରେ ବିଭିନ୍ନ ମାଗଣା ସୁବିଧା ଓ ଭତ୍ତା ପାଇବା ପାଇଁ ୫ଲକ୍ଷ ଆବେଦନକାରୀ ଅପେକ୍ଷା କରିଥିଲେ

ଲକ୍ଷପତି ଦିଦି ସହାୟତା ଯୋଜନା ଘୋଷଣା, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ୧୦ ମାସର ବାକି ଟଙ୍କା।

ALL odisha Blood Donors Group -
https://chat.whatsapp.com/GV8XSNjaVk11GlNoVVNUEc?mode=gi_c
===============
ଆଜି ଜନ୍ମଦିନ: ଗାଲିଲିଓ, ରଣଧୀର କପୁର, ନୁସଲି ୱାଦିଆ, ରାମକୃଷ୍ଣ ନନ୍ଦ (ଲେଖକ, କଟକ), ବୈଷ୍ଣବ ପରିଡା (ଯାଜପୁର)

ଆଜି ତିରୋଧାନ: ମିର୍ଜା ଗାଲିବ

ଇତିହାସରେ ଆଜି: (୧୭୬୪) ଆମେରିକାର ସହର ସେଣ୍ଟ ଲୁଇସ ସ୍ଥାପିତ/ (୧୯୦୩) ବଜାରକୁ ଟେଡି ବିଅର ଆଣିଲେ ମୋରିସ/ (୧୯୪୨) ଜାପାନ ପାଖରେ ଆତ୍ମସମର୍ପଣ କଲା ସିଙ୍ଗାପୁର/ (୧୯୬୭) ଭାରତରେ ଚତୁର୍ଥ ଲୋକସଭା ପାଇଁ ଭୋଟଗ୍ରହଣ/ (୨୦୦୦) ବି.ଆର ଚୋପ୍ରା ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର/ (୨୦୦୩) ଇଣ୍ଟେଲସାଟ ସାଟେଲାଇଟ ଗଲା ମହାକାଶ/ (୧୯୯୧) କୁଏତରୁ ସୈନ୍ୟ ପ୍ରତ୍ୟାହାର କଲା ଇରାକ
===============
ରିପୋର୍ଟର - Er. MANAS RANJAN BEHERA, Angul

7
882 views