logo

ଶିଶୁ ମନ୍ଦିର ବିଭାଗର ଶିଶୁ ଶିବିର।

ଶିଶୁ ମନ୍ଦିର ବିଭାଗର ଶିଶୁ ଶିବିର।

କେନ୍ଦୁଝର, ତା୧୩/୨-ଆଜି କେନ୍ଦୁଝରଗଡ଼ ଶିଶୁ ମନ୍ଦିର ବିଭାଗ ଶ୍ରେଣୀ ତୃତୀୟରୁ ପଞ୍ଚମ ପିଲାମାନଙ୍କର ଶିଶୁ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ଆମ ବିଦ୍ୟାଳୟ ପରିଚାଳନା ସମିତିର ପ୍ରାକ୍ତନ ଯୁଗ୍ମ ସମ୍ପାଦକ ତଥା ଗୋନାସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଓ ଅଧିବକ୍ତା ନିମାଇଁ ଚରଣ ଦାଶ ଯୋଗଦେଇ କାହାଣୀ ମାଧ୍ୟମରେ ପିଲାଙ୍କୁ ବଡ ମଣିଷ ହେବା ଲାଗି ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରସ୍ତୁତି ବିଭାଗର ପର୍ଯ୍ୟାୟ ପ୍ରମୁଖ ଦୟାନିଧି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା - ଚିତ୍ରାଙ୍କନ, ପ୍ରଶ୍ନମଞ୍ଚ, ସଂଗୀତ, ପଣିକିଆ, ଏବଂ ଏକକ ଅଭିନୟ ଆଦି ଅନୁଷ୍ଠିତ ହୋଇଥିଲା। ଏଥିରେ ୫୩୦ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ। ଶେଷରେ ପୁରସ୍କାର ବିତରଣ କରାଯାଇଥିଲା।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

10
694 views