logo

କେନ୍ଦୁଝର ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ହକ ଲାଗି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ।

କେନ୍ଦୁଝର ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ହକ ଲାଗି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ।

ମୋହନ ମାଝୀ ବିଜେପି ସରକାର ସବୁଥିରେ ବିଫଳ : ବଦ୍ରି ପାତ୍ର।

କେନ୍ଦୁଝର,ତା୧୩/୨- ରାଜ୍ୟରେ ଭଲ ବର୍ଷା ଲାଗି ଧାନ ଉତ୍ପାଦନ ଖୁବ ବଢ଼ିଆ ହୋଇଛି ତେବେ ଚାଷୀ ଫସଲ ଧରି ରାସ୍ତାରେ ବସିଥିବା କଥା କହି ବିଜେଡ଼ି କ୍ଷୋଭ ପ୍ରକାଶ କରିଛି। ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ଅଧିକା ୮୫୦ ଟଙ୍କା ଅଧିକା ଦେବେ କହି ଓଲଟା ୧୫/୨୦କିଲୋ କଟଣୀଛଟଣୀ କରି ଚାଷୀ ପେଟକୁ ଲାତ ମାରୁଛନ୍ତି। ମୋହନ ମାଝୀ ଜିଲ୍ଲାରୁ ଯାଇ ମୁଖ୍ୟମନ୍ତ୍ରୀ ହେଲେ ବୋଲି ଗୌରବର ହେଲେ ସେ ସବୁଥିରେ ବିଫଳ ବୋଲି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର କଡ଼ା ଭାଷାରେ କହିଛନ୍ତି। ପୁଣି ଜିଲ୍ଲାରେ ଆଇନକାନୁନ ବିପର୍ଯ୍ୟସ୍ତ ନାରୀ ଅସୁରକ୍ଷିତ ଦୁଇ ଦୁଇଟି ଝିଅଙ୍କୁ ଅତ୍ୟାଚାର ହୋଇସାରିଲାଣି ବୋଲି ସେ ମଧ୍ୟ ଆରୋପ ଲଗାଇଥିଲେ। ଏହିପରି ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ କାଳୀ ପଡ଼ିଆରେ କର୍ମୀ ମାନେ ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ ଆସି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଚାଷୀ ଅବହେଳା, ଆଇନକାନୁନ ରକ୍ଷା, ମହିଳାଙ୍କୁ ସୁରକ୍ଷା ଆଦି ମୁଖ୍ୟ ପ୍ରସଙ୍ଗ ସେମାନେ ଉଠାଇ ପ୍ରତିବାଦ କରିଥିଲେ। ଆଜି ସନାତନ ଗୋଷ୍ଠୀର କେହି ନଥିଲେ ଆଉ କିଛି ଦୁଇ ମୁଣ୍ଡିଆ ନେତାଙ୍କ ଦେଖା ନଥିଲା ତେବେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବଦ୍ରି ବାବୁଙ୍କ ସହ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଧନୁର୍ଜ୍ଜୟ ସିଦ୍ଧୁ,ଜଗନ୍ନାଥ ନାଏକ, ସତ୍ୟବ୍ରତ ନାଏକ ଆଦି ବହୁତ ନେତା ଓ କର୍ମୀଙ୍କ ସହ ଯୁବଛାତ୍ର ମାନେ ଆଜି ବିକ୍ଷୋଭରେ ଭାଗ ନେଇଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

8
924 views