ପାଟଣା ରେ ଜାଗର ମହୋତ୍ସବ ପାଇଁ ପ୍ରସ୍ତୁତି।
ପାଟଣା ରେ ଜାଗର ମହୋତ୍ସବ ପାଇଁ ପ୍ରସ୍ତୁତି।
ପାଟଣା:୧୩/୦୨- ପାଟଣା ଅଞ୍ଚଳ ର ସର୍ଵ ପୁରାତନ ଆନନ୍ଦେଶ୍ୱର ମହାଦେବ ଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାଗର ପୂଜା ଜାଗର ମହୋତ୍ସବ ଫେବୃଆରୀ 15 ତାରିଖରୁ 20 ତାରିଖ ଯାଏ ଚାଲିବ। ଏହା ବ୍ୟତୀତ 21 ରୁ 24 ଯାଏ ଏଠାରେ ସିଂହବାହିନୀ ଯାତ୍ରା ଦ୍ୱାରା ଯାତ୍ରା ପରିବେଷଣ ର କାର୍ଯ୍ୟକ୍ରମ ରହିଛି। ଜାଗର କମିଟି ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ 15 ତାରିଖ ଭଜନ ସନ୍ଧ୍ୟା, 16 ତାରିଖ କନିଷ୍ଠ ଓ ବରିଷ୍ଠ ବର୍ଗରେ ନୃତ୍ୟ ପ୍ରତିଯୋଗିତା, 17 ରେ ଗ୍ରୁପ ଡାନ୍ସ ରେ ତାରିଣୀ ନୃତ୍ୟ ନିକେତ ଘଟଗାଁ, ନୃତ୍ୟ ନିକେତନ କେଶନା ଗ୍ରୁପ, ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ,ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଓ ପାଟଣା ର କାହ୍ନା ନୃତ୍ୟ କେନ୍ଦ୍ର ନିଜର ନୃତ୍ୟ ପ୍ରଦର୍ଶନ କରିବେ।18 ରେ ନୃତ୍ୟଶ୍ରୀ କରଞ୍ଜିଆ,19 ରେ ରିଦିମ ସଙ୍ଗ ଏଣ୍ଡ ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ ଏବଂ 20 ରେ ରାଇରଙ୍ଗପୁର ଝୁମୋର ମେଲୋଡି ଦ୍ୱାରା ନୃତ୍ୟ ପରିବେଷଣ କରିବେ। ଏଥି ସହ ପ୍ରତ୍ୟେକ ଦିନ ମିନାବଜାର ର ଖୋଲା ରହିବା ସହ ଏହାର ମଜା ନେବେକୁ ନିବେଦନ କରାଯାଇଛି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।