
ସେମିଳିଗୁଡା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆଭିମୁଖ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡ଼ିଶା,ତା୧୩/୨/୨୬(ଶୁକ୍ରବାର)
ସେମିଳିଗୁଡା ମହାବିଦ୍ୟାଳୟର
ଜାତୀୟ ସେବା ଯୋଜନାର ଆଭିମୁଖ୍ୟ କାର୍ଯ୍ୟକ୍ରମ ।
ସେମିଳିଗୁଡା, ସେମିଳିଗୁଡା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଦିଶା-ନିର୍ଦ୍ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ପଟେଲଙ୍କୁ ସ୍ବେଚ୍ଛାସେବୀ ଆଡମ୍ବର ସହକାରେ ସଭାଗୃହକୁ ନେଇଥିଲେ। ଓଡ଼ିଶାର ଆରାଧ୍ୟ ଜଗନ୍ନାଥ ନିକଟରେ ଦ୍ଵୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ପଟେଲଙ୍କୁ ପୁଷ୍ପବୃକ୍ଷ ଓ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା । ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପ୍ରତି ଛାତ୍ରଛାତ୍ରୀ ପରିବର୍ତ୍ତିତ ସମୟ ସହିତ ନିଜକୁ ପରିବର୍ତ୍ତନ କରିବା ସହ ସାଇବର କ୍ରାଇମ, ନାରୀ ଶଶକ୍ତିକରଣ, ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସୁବିଧା, "ମାଇଁ ଭାରତ" (My Bharat) ପୋର୍ଟାଲରେ ପଞ୍ଜୀକୃତ କରିବାର କୌଶଳ ଓ ତାର ସୁବିଧା ସମ୍ପର୍କରେ ଆଲୋକ ପାତ କରିଥିଲେ । ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀଙ୍କୁ ବିଭିନ୍ନ ସଚେତନ ଶିବିର ଆୟୋଜନ କରି ସଚେତନତାର ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଜାତୀୟ ସେବା ଯୋଜନର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ପଟ୍ଟନାୟକ ଓ ଡ.ରମେଶ କୁମାର ମଲ୍ଲିକ, ସ୍ବେଚ୍ଛାସେବୀ ଖୋରା ନରେଶ, ଅଭି ହନ୍ତାଳ, କସ୍ତୁରୀ ତଲବା, ଜନିତା ଗୁଣ୍ଠା, ଜଗନ୍ନାଥ ମୁଦୁଲି, ପ୍ରମୁଖଙ୍କ ସହଯୋଗରେ ସଭାକାର୍ଯ୍ୟ ସାଫଲ୍ୟ ମଣ୍ଡିତ ହୋଇଥିଲା। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଦେବରାଜ ନାୟକ, ଡ. ଗୀତା ପଟ୍ଟନାୟକ, ଡ. ବିଦ୍ୟୁତପ୍ରଭା ରାଉତ, ଶିବାସିଷ ପଟ୍ଟନାୟକ, ନିରଞ୍ଜନ ପୋଢ, ସଙ୍ଗୀତ ପଣ୍ଡା, ରୋନାଲି ନାୟକ, ପିଙ୍କି ଗୋଏଲ, ଦିଗେଶ୍ଵରୀ ସିଖା। ବିଜୟଲକ୍ଷ୍ମୀ ଦଳେଇଙ୍କ ପ୍ରମୁଖ ଉପସ୍ଥିତଥିଲେ ।