logo

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୩/୦୨/୨୦୨୬,ଶୁକ୍ରବାର🌼



*୧- 👉 ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି। ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ।*

*୨- 👉 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ସେବା ତିର୍ଥ ଭବନ ପରିସରର ନାମ ଉନ୍ମୋଚନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ 'ସେବା ତିର୍ଥ' ଏବଂ କର୍ତ୍ତବ୍ୟ ଭବନ-୧ ଓ ୨ ର ଉଦଘାଟନ କରିବେ। ଏହାସହ ସନ୍ଧ୍ୟା ପ୍ରାୟ ୬ଟା ସମୟପେ ସେବା ତିର୍ଥ ଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏହି ଉଦଘାଟନ ଦେଶର ପ୍ରଶାସନିକ ଶାସନ ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ମାଇଲଖୁଣ୍ଟ ବୋଲି କୁହାଯାଇଛି।*

*୩- 👉 ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଅଧିବେଶନ। ଏଥିପାଇଁ ୧୬ରେ ବସିବ ସର୍ବଦଳୀୟ ବୈଠକ। ଏଥର ପୁଣିଥରେ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ।*

*୪- 👉 ଭିଜିଲାନ୍ସ ଜାଲରେ ଅନୁଗୁଳ ହସ୍ପିଟାଲ କିରାଣୀ। କିରାଣି ସୁବ୍ରତ ବେହେରା ୭ ଲକ୍ଷ ୩୬ ହଜାର ପର୍ଯ୍ୟନ୍ତ ବେସିକ୍ ଦରମା ଉଠାଉଥିଲେ। ୨୦୨୧ରେ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ୪ ମାସ ଚଞ୍ଚକତା କରି ଏଭଳି DA ନେଇଥିଲେ। ମୂଳ ଦରମା ଓ ଡିଏ ଯେ-କୌଣସି ବ୍ୟୁରୋକ୍ରାଟଙ୍କ ଦରମା ଠାରୁ ଅଧିକ ଥିଲା । ୮ ବର୍ଷରେ ୨.୩୮ କୋଟି ଟଙ୍କା ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହୋଇଛନ୍ତି।*

*୫- 👉 ବାଲେଶ୍ବର ଜିଲ୍ଲାରେ ସୋରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଡ୍ରାଇଭର୍ ମୃତ୍ୟୁ ହୋଇଥିବା ବେଳେ ୧୪ ଗୁରୁତର ହୋଇଛନ୍ତି। ଖନ୍ତପଡ଼ା ଥାନା ଏନ୍‌ଏଚ୍‌ ୧୬ ବାହନଗା ବଜାର ଉପରେ ଦୁର୍ଘଟଣା ଘଟିଛି। ଡ୍ରାଇଭର୍ ଆଖି ଲାଗିଯିବାରୁ ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌।*

*୬- 👉 ନାଣ୍ଡୁ-ସାଇ କଳି ତୁଟଥିବା ବେଳେ ଜଲିଉଡ୍ ଜଗତରେ ଆଉ ଏକ ନୂଆ ହଲଚଲ୍ ଦେଖିବାକୁ ମିଳିଛି। କୋଣାର୍କ ଗଣନାଟ୍ୟ ପାଇଁ ଅଲୋଡ଼ା ହୋଇଗଲେ କି ଷ୍ଟାର କପଲ୍ ରତି ଓ ମିଟୁନା ? ଚଳିତ ଯାତ୍ରା ଋତୁ ଲାଗି ପାର୍ଟିର ଷ୍ଟାର-କାଷ୍ଟ ଲିଷ୍ଟରେ ଏ ଦୁହିଁଙ୍କ ନାଁ ନଥିବା ଅଭିଯୋଗ ହୋଇଛି।*

*୭- 👉 ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କଲା ଋଷିଆ। ଋଷିଆର ଆଇନ ଅମାନ୍ୟ କରାଯାଉଥିବା ଅଭିଯୋଗରେ ବ୍ୟାନ୍। ୧୦ କୋଟି ୟୁଜର୍ସଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍‌ ନେଇ ସୂଚନା। ଏକ୍ସରେ ପୋଷ୍ଟ କରି ବ୍ୟାନ ସମ୍ପର୍କରେ ସୂଚନା ଦେଲା ମେଟା।*

*୮- 👉 ୧୧୪ ଲଢୁଆ ରାଫେଲ୍ ବିମାନ କିଣିବା ନେଇ ଡିଲ୍ ଚୂଡ଼ାନ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ବାଧୀନ DACରେ ମଞ୍ଜୁରୀ ମିଳିଛି। ୩.୬ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ୧୧୪ ରାଫେଲ୍।*

*୯- 👉 ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କ ବିଶ୍ବକପ ପଦାର୍ପଣ। ୩୧ ବର୍ଷ ୯୩ ଦିନରେ କ୍ୟାରିୟରର ପ୍ରଥମ ବିଶ୍ବକପ ମ୍ୟାଚ ଖେଳିଲେ। ଅମିତ ମିଶ୍ରଙ୍କ ପରେ ବିଶ୍ବକପ ପଦାର୍ପଣରେ ସାମସନ ଦ୍ବିତୀୟ ବୟସ୍କ।*

*୧୦- 👉 ଟି-୨୦ ବିଶ୍ବକପରେ ଭାରତର ବିଜୟ। କ୍ରମାଗତ ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କଲା ଭାରତ। ୨୧୦ ରନ ଲକ୍ଷ୍ୟର ପିଛା କରି ନାମିବ୍ୟା ୧୧୬ରେ ଅଲଆଉଟ୍ ହୋଇଛି। ରବିବାର କଲମ୍ବୋରେ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ୍ ଦେଖିବାକୁ ମିଳିବ।*

5
760 views