
ଚମ୍ପୁଆ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା - ୨୦୨୫, ସମସ୍ତଙ୍କ ନଜରରେ ମୃତ୍ତିକାସଂରକ୍ଷଣ ଷ୍ଟଲ।
ଚମ୍ପୁଆ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା - ୨୦୨୫, ସମସ୍ତଙ୍କ ନଜରରେ ମୃତ୍ତିକାସଂରକ୍ଷଣ ଷ୍ଟଲ।
ଚମ୍ପୁଆ,୧୨/୨: ଚମ୍ପୁଆ ବ୍ଲକ ପରିସରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫ ୧୧ତାରିଖ ଦିନ ଉଦଘାଟିତ ହୋଇଥିବା ବେଳେ ୧୩ ତାରିଖ ଦିନ ଉଦଯାପିତ ହେବା ନେଇ ସୂଚନା ଦିଆଯାଇ ଅଛି । ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହେଉଥିବା ଏହି ମେଳାକୁ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ବିଧିବଦ୍ଧ ଭାବେ ଉଦଘାଟିତ କରିଛନ୍ତି। ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ଡିଲର ଓ କୃଷି ସାମଗ୍ରି, ବିହନ ଓ କୃଷି ଉତ୍ପାଦିତ ଦ୍ରବ୍ୟ ଆଦିର ଷ୍ଟଲ ସବୁ ରହିଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦେଶକ ବନମାଳୀ ପାତ୍ରଙ୍କ ତତ୍ୱାବଧାନରେ ଲଗା ଯାଇଥିବା ଷ୍ଟଲ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ଯୋଗାଇ ଦିଆ ଯାଉଥିବା ସମସ୍ତ ପ୍ରକାର ସୁବିଧା, ସୁଯୋଗ ତଥା କାର୍ଯ୍ୟକ୍ରମ ଗୁଡିକ ଚାଷୀ ମାନେ ବୁଝି ପାରିବା ପରି ଷ୍ଟଲ ଭିତରେ ଖୁବ ସୁନ୍ଦର ଭାବରେ ସାଜ ସଜା କରି ପ୍ରତିଟି ଜିନିଷକୁ ପ୍ରତିପାଦିତ କରା ଯାଇଛି। ତା ସହିତ ବିଭାଗୀୟ କର୍ମଚାରୀ ମାନେ ଷ୍ଟଲ କୁ ଯାଉଥିବା ଚାଷୀ ମାନଙ୍କୁ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସୁବିଧା ଗୁଡିକର କିପରି ଲାଭ ଉଠାଇ ପାରିବେ ସେ ସମ୍ପର୍କରେ ସମସ୍ତଙ୍କୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଦେଉଥିବାର ଦେଖିବାକୁ ମିଳିଛି। ଏହି ଷ୍ଟଲକୁ ମୃତିକା ସଂରକ୍ଷଣ ଓଭରସିଅର ସୁରେନ୍ଦ୍ର କୁମାର ମହାନ୍ତ, ସମ୍ପ୍ରସାରଣ କର୍ମଚାରୀ ସିପୁନ କୁମାର ନାୟକ, ସମ୍ପ୍ରସାରଣ କର୍ମଚାରୀ ଅରବିନ୍ଦ ନାଏକ, ଓଭରସିଅର ସମୀମା ପରବିନ, ନରେଗା ପ୍ରକଳ୍ପ ସହାୟକ ମୁଦାସର ଜାଭେଦ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି।
ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।