logo

ସୁନ୍ଦର ଜୀବନ - ଭକ୍ତବନ୍ଧୁ ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ସୁନ୍ଦର ଜୀବନ
ଶ୍ରୀ ଭକ୍ତବନ୍ଧୁ ମହାନ୍ତ
ସୁନ୍ଦର ଜୀବନ ପ୍ରଫୁଲ୍ଲ ମନ
ଗଢି ଉଠୁ ଆଜି ମନେ
ସଭିଙ୍କୁ ନିଜର କରି
ପ୍ରେମ ଭକ୍ତି ଭାବ
ଉଦ୍ରେକ ହେଉ
ଏଇ ଶୁଭ ଲଗନେ I
ଫୁଲି ଉଠୁ ମୋ ଛାତି
ମମତା ଭାବ ଦେଖି ସଭିଙ୍କ
ଇର୍ଷା ନିନ୍ଦା କୁ ଦିଅ ହେ ପୋଛି
ମାନବ ଜୀବନ ଅଟେ ଏକ ବ୍ରହ୍ମ
ଆନନ୍ଦ ଆଲ୍ଲାସେ ଦିନ କାଟି
ମଣିଷ ଜୀବନ ପରିପୂର୍ଣ୍ଣ ସଂସାର
ଭକ୍ତି ପୁତେ ଦିଅ ଗଢି |
ସୁଖ ଦୁଃଖ ଅଟେ
ସଂସାର ର ଗତି
ଦୁଃଖେ ନ ହୁଅ ଅଧୀର
ସୁଖ ଦୁଃଖ ଶୋକ
ଦୁର୍ଦିନ ଆସିଲେ
ହେଜି ନ ଦିଅ ସଂସାର I
ସୁନ୍ଦର ଜୀବନ ସୁନ୍ଦର ମନ
ପାଇବାକୁ ହେଲେ
ଭଜ ଶ୍ରୀଗୁରୁ ଙ୍କୁ ଧ୍ୟାୟୀ
ଭକ୍ତି ର ଭାବନା
ମଧୁର ବର୍ଣ୍ଣନା
ଫୁଟୁ ଏ ସଂସାରେ ରହି |
କର୍ମ ହିଁ ଜୀବନ
କର୍ମ ହିଁ ତ ଜ୍ଞାନ
ଧରା ଧାମ ରେ
ଯେତେ ଅଛନ୍ତି |
ନିନ୍ଦା ଅପମାନ ଫେଡ଼ି
ଦିଅ ତଵ ମନୁ
ଫୁଟି ଉଠୁ ଜ୍ଞାନ ରଶ୍ମି
ସୁନ୍ଦର ତଵ ମନୁ
ପ୍ରାପ୍ତ ହୁଏ ଧନ
ପ୍ରାପ୍ତି ହୁଏ ସୁଖ
ସୁନ୍ଦର ତଵ ମନୁ |

-- ଭକ୍ତବନ୍ଧୁ ମହାନ୍ତ
ହିନ୍ଦୀ ଶିକ୍ଷକ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କାଶିପାଳ, କେନ୍ଦୁଝର, ପିନ -୭୫୮୦୪୪
ମୋବାଇଲ ନଂ -୯୯୩୭୩୪୩୨୪୪

ସୌଜନ୍ୟ: ଡମ୍ବରୁଧର ମହାନ୍ତ, ଖଣ୍ଡାଧାର ନିଉଜ।

9
583 views