logo

ଅନ୍ତହୀନ ଦିଗନ୍ତରେ.... ଚିନ୍ମୟ କୁମାର ପଣ୍ଡାଙ୍କ ଦ୍ବାରା ରଚିତ କବିତା।

ଅନ୍ତହୀନ ଦିଗନ୍ତରେ........
----------------------------------
ଭୋଗବାଦୀ, ଅଂହସର୍ବସ୍ବ
କାମନା, ଛଳନା
ଜର୍ଜରିତ ଦୁନିଆଁରେ
ତୁମ ବ୍ୟତୀତ କିଏ ବା ନିଜର ଯେ?
ଟିକେ ନିଜର,
ଟିକେ ସ୍ନେହ ସାନ୍ନିଧ୍ୟର
ହାତ ବଢାଇଲା ବେଳେ,
ସମ୍ପର୍କ ଗୁଡାକ ଯନ୍ତ୍ରଣାର
ନୀଳପଦ୍ମ ଅନ୍ତଃଲୀନ
ବିଭଙ୍ଗ ସ୍ପନ୍ଦନ ପାଲଟିଗଲା।
ଏ କଥା ଜଣା ନ ଥିଲା,
ମୁଁ ତ ଅର୍ଣ୍ଣବରେ ମିଶିବାର
ପ୍ରବହମାନତା ନେଇ ଧାଇଁଥିଲି।
ଦୁଃଖ ବଳୟର ସୀମା ଡେଇଁ
ବଞ୍ଚିବାକୁ ଚାହୁଁଥିଲି .......
ହେଲେ,
ମୋ ନିଷ୍କପଟତା, ସରଳତାର
ଅନ୍ତରାଳେ ତାତ୍ସଲ୍ୟ ଭରା ବଉଦ....
ୱା ଖୁବ୍ ଭଲ....
ହଁ ଜାଣିଛି,
ସଂସାରୀ ମାତ୍ରେ ହିଁ ଯନ୍ତ୍ରଣା-ଗ୍ରସ୍ତ
ତଥାପି ତ, ପାଷାଣ ନୁହେଁ
ମଣିଷଟେ .....
ମୋର ବି ସ୍ପନ୍ଦନ ଅଛି, ଭାବନାଟେ ଅଛି।
କଣ ବା ଆଉ ଅଭିଯୋଗ କରିବି?
କିଛି ନାହିଁ, ଯଦି ବା ଅଛି
ସବୁତକ ତୁମ ସ୍ମରଣ ମାତ୍ରେ ହିଁ
ମିଳେଇ ଯାଉଚି
ଅନ୍ତହୀନ ଦିଗନ୍ତରେ...........

ଚିନ୍ମୟ କୁମାର ପଣ୍ଡା,
ମଥୁରା।
କଳାହାଣ୍ଡି।
ମୋବାଇଲ: 70775 16741

8
2861 views