logo

ଶାଳବେଡା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ।

ଶାଳବେଡା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ।

ହରିଚନ୍ଦନପୁର: ୧୨/୦୨, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ବିଭାଗ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଶାଳବେଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋମଣି ରଞ୍ଜନ ପଣ୍ଡିତଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହରିଚନ୍ଦନପୁର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡାପଡ଼ା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ରମ୍ୟ ରଞ୍ଜନ ମାର୍ଣ୍ଡି,ମୁଖ୍ୟ ବକ୍ତା ଭାବରେ ପଣ୍ଡାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଜ୍ୟୋତି ରଞ୍ଜନ ଦଳ ବେହେରା ଯୋଗ ଦେଇଥିଲେ, ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୂରଲୀଧର ଦଣ୍ଡପାଟ, ସଭାପତି - ଜଙ୍ଘିରା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ମହାନ୍ତ ଉପସ୍ଥିତ ରହି ସର୍ବ ପ୍ରଥମେ ମା ତାରିଣୀଙ୍କ ଫଟ ଚିତ୍ରରେ ଧୂପଦୀପ ପ୍ରଜ୍ଵଳନ କରି ଆଶ୍ରମ ବିଦ୍ୟାଳୟରେ ବିଦ୍ୟା ଅଧ୍ୟାୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମଙ୍ଗଳକାମନା ପାଇଁ ମା ତାରିଣୀ ଙ୍କ ନିକଟରେ ନିରବତାର ସହ ପ୍ରାର୍ଥନା କରିଥିଲେ । ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ କିପରି ଅଧ୍ୟାୟନପ୍ରର୍ତି ଆକୃଷ୍ଟ ହୋଇପାରିବ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିବ ତାହାକୁ ସରଳ ଭାବରେ ପିଲାଙ୍କୁ ବୁଝାଇ ଥିଲେ । ସମୟାନୁବର୍ତ୍ତୀ ଜିଜ୍ଞାସୁ ଓ ପାଠ ପ୍ରତି ଅନୁରାଗୀ ହେଲେ ପାଠ କରାୟତ ହୋଇପାରିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିବା ବେଳେ ମଞ୍ଚ ପରିଚାଳନା ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଜୟଶ୍ରୀ ଦେହୁରୀ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କପିଳେନ୍ଦ୍ର ମହାନ୍ତ, ସହଯୋଗ କରିଥିଲେ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖଣ୍ଡେଇ, ଛାତ୍ରୀନିବାସ ପରିଚାଳିକା ଶ୍ରୀମତୀ ଶକୁନ୍ତଳା ନାୟକ, ସୁଲୋଚନା ନାଏକ, ରଜନୀ ନାୟକ, ଲତାମଣି ନାୟକ, ପ୍ରମିଳା ନାୟକ, ରେବତୀ ପାଲଟା ସିଂ, ପ୍ରତିଭା ରାଣୀ କୁଅଁର ଆଶ୍ରମ ବିଦ୍ୟାଳୟର ସମସ୍ତ କର୍ମ କର୍ତ୍ତା ପୂର୍ଣ୍ଣ ସହଯୋଗ କରି ବିଭିନ୍ନ ଖେଳ ଓ ନାଚ ଗୀତରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା ।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

12
901 views