logo

ପାଟଣା ରେ ବନ୍ଦ ପ୍ରଭାବ ଶୂନ୍ୟ।

ପାଟଣା ରେ ବନ୍ଦ ପ୍ରଭାବ ଶୂନ୍ୟ।

ପାଟଣା:୧୨/୦୨- ସର୍ଵ ଭାରତୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡ଼ାକରାର ପ୍ରଭାବ ପାଟଣା, ତୁରୁମୁଙ୍ଗା, ସାହାରପଡା ଅଞ୍ଚଳରେ ପ୍ରଭାବ ଶୁନ୍ୟ ରହିଛି। ତେବେ 220 ନଂ ଏବଂ 49 ନଂ ଜାତୀୟ ରାଜପଥ ରେ ଘରୋଇ ଵସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ଥିବା ବେଳେ ସରକାରୀ ଵସ ଓ ମୁଖ୍ୟମନ୍ତ୍ରୀ ଵସ ସେବା ସ୍ୱାଭାବିକ ଥିଲା। ତେବେ ବହୁ ଜାତୀୟ କରଣ ବ୍ୟାଙ୍କ ର କର୍ମଚାରୀ ମାନେ ଧର୍ମଘଟ ରେ ସାମିଲ ଥିବାରୁ ବ୍ୟାଙ୍କ ସେବା ସମ୍ପୁର୍ଣ୍ଣ ଠପ ପଡି ଯାଇଥିଲା। ଅଲ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲୟର୍ସ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବିରେ ନିର୍ଦ୍ଧିଷ୍ଟ ବର୍ଗର କର୍ମଚାରୀ ମାନେ ବନ୍ଦ କୁ ସମର୍ଥନ କରି କାମ ବନ୍ଦ ରଖିବାରୁ ଅଞ୍ଚଳ ର ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ ରେ କାମ ବନ୍ଦ ରହିଥିଲା। ସରକାରୀ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ଓ ବିଦ୍ୟାଳୟ ଶିକ୍ଷାଦାନ ଚାଲିଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
790 views