logo

୪ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ ଲାଗି ବିଭିନ୍ନ ଶ୍ରମିକ ସଂଗଠନର ଧର୍ମଘଟ। କେନ୍ଦୁଝରରେ ଦୋକାନ ବଜାର ବନ୍ଦ ରହିଲା।

୪ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ ଲାଗି ବିଭିନ୍ନ ଶ୍ରମିକ ସଂଗଠନର ଧର୍ମଘଟ। କେନ୍ଦୁଝରରେ ଦୋକାନ ବଜାର ବନ୍ଦ ରହିଲା।

କେନ୍ଦୁଝର,ତା୧୨/୨- ପୂର୍ବ ଘୋଷଣା ମୁତାବକ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ଼ ବାତିଲ ଦାବି କରି ଦେଶ ବ୍ୟାପୀ ହରତାଳ ପାଳିତ ହୋଇଯାଇଛି। କେନ୍ଦୁଝର ସହରରେ ସକାଳୁ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଓ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଏକଜୁଟ ହୋଇ ବିକ୍ଷୋଭ କରି ପିକେଟିଂ କରିଥିଲେ। ରାସ୍ତା ଉପରେ ବସି ରହି ଗାଡ଼ି ଚଳାଚଳ ବନ୍ଦ କରିଥିଲେ। ଏହାର ପ୍ରଭାବରେ ଜାତୀୟ ରାଜପଥ ଓ ରାଜ୍ୟ ସଡ଼କ ପଥରେ ଯାତ୍ରୀବାହୀ ଓ ପଣ୍ୟ ପରିବହନ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଅଧିକାଂଶ ଗାଡ଼ି ଗଡ଼ି ନଥିଲା। ସେହିପରି କେନ୍ଦୁଝର ବଜାର ଅଧିକାଂଶ ଦୋକାନ ବନ୍ଦ ରହିଥିଲା। ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ବୋଲି ଖବର ଆସିଛି। ଆନ୍ଦୋଳନକାରୀ ମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ପ୍ରତିବାଦ କରିଥିଲେ ସେମାନେ ପୁରୁଣା ପେନସନ ଦାବି କରି ଆଠ ଘଣ୍ଟା ବଦଳରେ ବାର ଘଣ୍ଟା କାମକୁ ବିରୋଧ କରିଥିଲେ। ଆଇଏନଟିୟୁସି, ଏଚଏମଏସ, ଏଆଇଟିୟୁସି, ସେଲ୍ସ ରିପ୍ରେଜେଣ୍ଟେଟିଭ୍ ସଂଗଠନ, ଅଙ୍ଗନବାଡୀ ସଂଗଠନ ଆଦି ଏହି ହରତାଳ ନେତୃତ୍ୱ ନେଇଥିଲେ। ଜିଲ୍ଲା କଂଗ୍ରେସ, ବିଜେଡ଼ି, କମ୍ୟୁନିଷ୍ଟ ଦଳ ମାନଙ୍କ ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ ମିଳିଥିଲା।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

8
866 views