logo

ଭାଲେଣ୍ଟାଇନ ଡ଼େ ଦିନ - ବିକାଶ କୁମାର ହୋତା ଙ୍କ ଦ୍ଵାରା ରଚିତ ବ୍ୟଙ୍ଗାତ୍ମକ କବିତା।

ଭାଲେଣ୍ଟାଇନ ଡ଼େ ଦିନ

ଆଇଜି ପାଆର୍କ ଯାଇଥିଲି ମୁହିଁ
ଭାଲେଣ୍ଟାଇନ୍ ଡ଼େ ଦିନ
ଭାବିଲି ଏକା ମୁଁ ବିତାଇବି ବେଳ
ଖୁସି ହେବ ମୋର ମନ ||

ପ୍ରେମିକ, ପ୍ରେମିକା ସେ ଯାଗାରେ ପରା
ହୋଇଥିଲେ ସବୁ ମେଳି
ଲାଗୁଥିଲା ତାହା ପ୍ରେମୀ ଯୁଗଳଙ୍କ
ଥିଲା ବୋଧେ ପେଣ୍ଠ ସ୍ଥଳୀ।

ଗଡ଼ୁଥିଲା ସେଠି କିଏ କା ଉପରେ
ଖୋଲା ଘାସ ପଡ଼ିଆରେ
ନ ଥିଲା ତ ଲାଜ ମନରେ କାହାରି
ହେଉଥିଲେ ନାରେ ନାରେ।

ଚୁମା ଦିଆ ନିଆ ହେଉଥିଲେ କିଛି
କାମୁଡ଼ା କାମୁଡ଼ି ହୋଇ
ମସଗୁଲ ଥିଲେ ତାଙ୍କରି କାମରେ
କେଉଁଥିରେ ନିଘା ନାହିଁ।

ହଠାତ୍ କୁଆଡ଼ୁ ବଜରଙ୍ଗ ଦଳ
ସେକି ଦେଇଗଲେ ଆସି
ପ୍ରାଣ ବଞ୍ଚାଇକି ଧାଇଁଲେ ତ ସବୁ
ଯେ ଯୁଆଡ଼େ ଗଲେ ପଶି।

ଧରା ପଡ଼ିଗଲେ ଥିଲେ ଆଉ ଯେତେ
ବୋଳିଲେ ମୁହଁରେ କାଳି
ନିଜକୁ ତ ନିଜେ ଧିକ୍କାର କରିଲେ
ଦେଲେ ତ ନିଜକୁ ଗାଳି।

ଏତିକି ରେ ଦୁଃଖ ସରିଗଲା ନାହିଁ
ଧାଡ଼ି ଧାଡ଼ି ଠିଆ କରି
ଉଠୁ ବଅସ କରେଇଲେ ତାଙ୍କୁ
କାନ ଆଉ ନାକ ଧରି  ||

ଏହା ଦେଖି ସବୁ ଖୁସି ହେଲି ଭାରି
ମନକୁ ବୁଝେଇ ଦେଲି
ବଞ୍ଚିଗଲା ପ୍ରାଣ ବଡ଼ ବିପଦ ରୁ
ପ୍ରେମିକା ମୋ ନାହିଁ ବୋଲି।

ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼, ବିଦ୍ୟାନଗର, ଢେଙ୍କାନାଳ,
ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧

24
613 views