logo

ପଣସ ଭାରି ସରସ - ପ୍ରତାପ କର୍ମକାର ଙ୍କ ଦ୍ଵାରା ରଚିତ କବିତା।

ପଣସ ଭାରି ସରସ
***************

ଆସ ଆସ ପିଲେ
ପାଖରେ ମୋର ବସ,
ସଭିଏଁ ମିଶି ଖାଇବା
ଭାରି ସୁଆଦିଆ ପଣସ ।।୧।।
ପଣସ ଗଛରେ ଦେଖ ହୋଇଛି
ସୁନ୍ଦର ପେନ୍ଥା ପେନ୍ଥା କଠା,
ଦେହସାରା ଦେଖ ତାର
ହୋଇଛି କଣ୍ଟା କଣ୍ଟା।। ୨।।
ଖଣ୍ଡ ଖଣ୍ଡ ପଣସ ହଳଦୀ ପାଣିରେ
ହୁଏ କଡେଇ ସିଝା,
ଜାଣଛକି ପିଇଲେ ପଣସ ତରକାରୀ
ଖାଇବାକୁ ଭାରି ମଜା ।।୩।।
ସିଝା ପଣସକୁ ଚୂନା ସଙ୍ଗେ
ଗୋଲେଇ ହୁଏ ଛଣା,
ବହୁତ ରୁଚିକର ଖାଇଲେ
ପ୍ରାୟ ସମସ୍ତଙ୍କୁ ଜଣା।।୪।।
ମାଂସ ଫେଲ ମାରିବ
କରି ଜାଣିଲେ ପଣସ ତରକାରୀ,
ଥରୁଟିଏ ଖାଇଲେ ପିଲେ
ଖାଇବାକୁ ଇଚ୍ଛା ହୁଏ ଆହୁରି।। ୫।।
ଟହ ଟହ ହୋଇ ଫାଚି ପଣସ
ବାସ ତାର ଯାଏ ଚହଟି,
ପଣସ ଭିତରର ଖୋସା
କାଢି ଖାଅ ଗୋଟି ଗୋଟି।। ୬।।
ପାଟିକୁ ମଧୁର ପଣସ ରସ
ଭିଟାମିନ୍ ରେ ଭରପୁର,
ଗାଁ ହେଉ ଅବା ସହର
ପଣସର ସବୁଠି ଆଦର।। ୭।।


କବି ଓ ଉଦଘୋଷକ - ପ୍ରତାପ କର୍ମକାର
ସ୍ଥାନ - କାଶୀପୁର, କେନ୍ଦୁଝର
ମୋବାଇଲ: 90789 07522

8
786 views