
ଶୁଣ ହେ ମଣିଷ ଭାଇ - ସହଦେବ ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
ଶୁଣ ହେ ମଣିଷ ଭାଇ
- ଶ୍ରୀ ସହଦେଵ ମହାନ୍ତ
ଶୁଣ ହେ ମଣିଷ ଭାଇ
ନିର୍ଦୟ କାହିଁକି ?
ହୃଦୟେ ତୁମ୍ଭର ଦୟା ବୋଲି ଟିକେ ନାହିଁ ଶୁଣହେ ମଣିଷ ଭାଇ I
ବୁଲୁଥିଲି ବନେ ନିତି ପ୍ରତିଦିନେ
ଜ୍ଞାତି କୁଟୁମ୍ବ କୁ ନେଇ
ମୋ ଘର ଭାଙ୍ଗିଲ ନିଜଘର କଲ
ଆହା ପଦେ କହି ନାହିଁ,
ତୁମ ଘର ବାଟେ ବୁଲି ମୁଁ ଆସିଲେ
ଘଉଡ଼ାଅ କାହିଁପାଇଁ.
ଶୁଣହେ ମଣିଷ ଭାଇ I
ପେଟ ଚାଖଣ୍ଡେ ପୁରୁନାହିଁ ତୁମ
ଭାଙ୍ଗ ଜଙ୍ଗଲ, ପାହାଡ ଭୂଇଁ
ଏତେବଡ ପେଟ କେମିତି ପୁରିବ
ବଞ୍ଚିବି କି ଅବା ଖାଇ
ଶୁଣହେ ମଣିଷ ଭାଇ
ମୋ ପୂର୍ବ ପୁରୁଷଙ୍କ ଘର ଯେଉଁଠି
କାରଖାନା ମାନ ତୁଳିଲ ସେଇଠି
ଘର ଘର ନାଦେ କମ୍ପିଲା ଜଙ୍ଗଲ
ରହିମୁଁ ପାରିଲି ନାହିଁ
ଶୁଣହେ ମଣିଷ ଭାଇ I
ହାତୀ ଦାଦା ବୋଲି କହୁ ଅଛ ମୋତେ
ସମ୍ପର୍କ ଡୋରି କୁ ଲିଭାଇଲ ସତେ
ଘଉଡ଼ାଇ ଦିଅ କିଆଁ
ତୁମଘର ପଟେ ବୁଲିବାକୁ ଗଲେ
କାହିଁକି ଜାଳୁଛ ନିଆଁ
ମୁଁ ତୁମ କି କେହି ନାହିଁ ?
ଶୁଣହେ ମଣିଷ ଭାଇ I
ହାତୀ ମୋର ସାଥି କହୁଅଛ ଖାଲି
ଟଙ୍କା ରୋଜଗାର ପାଇଁ
ସିନେମା ଆଉ ପୁସ୍ତକେ ରହିଛି
କିମ୍ବଦନ୍ତୀ ଜୀବ ହୋଇ
ଶୁଣହେ ମଣିଷ ଭାଇ l
ମା ଲଷ୍ମୀ ବୋଲି ପୂଜା କରୁ ଅଛ
ବୁଲି ଆସିଲେ ମୋ ଜାତି ଭାଇ
କୁହ ହେ ମଣିଷ ଭାଇ
ମୋ ନାମରେ ଏତେ ପ୍ରହସନ କାହିଁପାଇଁ,
ଶୁଣହେ ମଣିଷ ଭାଇ l
ଚାହେଁ ନା ମୁଁ କାହା ଘର ଭାଙ୍ଗିବାକୁ
ଚାହେଁ ନା ମୁଁ କାହା ଖେତେ ପଶିବାକୁ
ଫେରାଇ ଦିଅ ହେ ମୋ ଜଙ୍ଗଲ ଭୂଇଁ
ଶାନ୍ତି ରେ ରହିବି ମୁହିଁ
ଶୁଣ ହେ ମଣିଷ ଭାଇ ll
*ଶିକ୍ଷକ, ଏନ. ଟି. ଆର ବିଦ୍ୟାପୀଠ, ଟାଙ୍ଗରବନ୍ତଳା, ପୋଷ୍ଟ -ରସବନ୍ତଳା, କେନ୍ଦୁଝର -୭୫୮୦୪୪, ମୋବାଇଲ ନମ୍ବର -9937886480