logo

ବାଉଁଶୁଳି ପି. ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ବାଉଁଶୁଳି ପି. ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

ପାଟଣା -୧୧/୦୨(ଖଣ୍ଡାଧାର ନିୟୁଜ) ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳୀ ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମରେ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଯୋଗ ଦେଇ ମା ତାରିଣୀ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜ୍ଜୁନ ଚରଣ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଦୋଲେଶ୍ୱର୍ ନାୟକ, ପୂର୍ବତନ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ନାୟକ, ପଞ୍ଚସଖା ଶିକ୍ଷାସେତୁ ସଭାପତି ହରେକୃଷ୍ଣ ମହାନ୍ତ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସମାଜସେବୀ କଷ୍ଟୁ ପାତ୍ର,ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ପରିଦର୍ଶକ ଡମ୍ବରୁଧର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ବାଉଁଶୁଳି ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ କ୍ଷିତିଶ କୁମାର ଦୀକ୍ଷିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ନିଜ ବକ୍ତବ୍ୟ ଛଳରେ ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଅମାନ୍ତ ବାର୍ଷିକ ଉତ୍ସବର ସଫଳ ଆୟୋଜନ ପାଇଁ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଙ୍କୁ ଏବଂ ଛାତ୍ରଛାତ୍ରୀଙ୍କର ଅଭୂତପୂର୍ବ ସଫଳତାକୁ ଭୂୟୀୟଶି ପ୍ରଶଂସା କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଅମିତ୍ କୁମାର ସେଠୀ ସଂଯୋଜନା କରିଥିଲେ । ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ,ପ୍ରଶାନ୍ତ ବେହେରା, ବିମଳ ପାତ୍ର, ଶିକ୍ଷୟତ୍ରୀ ସୋନିଆ ବୋଦ୍ରା, ଅନୁପମା ସିଂ, ଲିପିକା ମୁଣ୍ଡା, ତସ୍ମିନୀ ମହାନ୍ତ, ଅଞ୍ଜଳି ପାତ୍ର, ସୋଷମାରାନି ମିଶ୍ର, ଭଗ୍ୟଶ୍ରୀ ପାତ୍ର , ସସ୍ମିତା ମହାରଣା, ଶୁଭଶ୍ରୀ ମହାନ୍ତ ଏବଂ କର୍ମଚାରୀ ଦିପ୍ତିରାଣି ନାୟକ, ତପନ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

19
746 views