ରାଜ୍ୟସ୍ତରୀୟ ମାତୃଶକ୍ତି ମହୋତ୍ସବ ଉଦଯାପିତ।
ରାଜ୍ୟସ୍ତରୀୟ ମାତୃଶକ୍ତି ମହୋତ୍ସବ ଉଦଯାପିତ।
ଭଦ୍ରକ - ୧୧/୦୨(ଖଣ୍ଡାଧାର ନିୟୁଜ) ଯୁଗେ ଯୁଗେ ମାତୃଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି। ଭାରତ ହେଉଛି ସମଗ୍ର ଦେଶର ଜନନୀ । ନାରୀକୁ ସମ୍ମାନ ଦେଲେ ସମାଜର ପ୍ରଗତି ହେବ। ନାରୀ ଶକ୍ତି ହିଁ ଶ୍ରେଷ୍ଠ ଶକ୍ତି। ନାରୀ ଚାହିଁଲେ ଦେଶର ବିକାଶ ହେବ। ତେଣୁ ନାରୀ ସଶକ୍ତିକରଣ ଉପରେ ବହୁ ପୁରାତନ ଯୁଗରୁ ପ୍ରାଧାନ୍ୟ ଦିଆଯାଇଛି । ଏ ସମାଜର ଆମେ ସମସ୍ତେ ମାଆଙ୍କ ଠାରୁ ହିଁ ସୃଷ୍ଟି। ମାଆ ହେଉଛନ୍ତି ସକଳ ଶକ୍ତିର ଆଧାର ବୋଲି ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ମାତୃଶକ୍ତି ମହୋତ୍ସବକୁ ଉଦ୍ଘାଟନ କରି କହିଥିଲେ। ୨୦୧୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ମାତୃଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଫାଉଣ୍ଡେସନର ସଭାପତି ରାଜଲକ୍ଷ୍ମୀ ମହାପାତ୍ର ସ୍ଵାଗତ ବକ୍ତବ୍ୟ ପ୍ରଦାନ କରି ମାତୃଶକ୍ତି ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଭଦ୍ରକ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ମାତୃଶକ୍ତି ମହୋତ୍ସବରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ, ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର, ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରପାଳିକା ଗୁଲମକି ହବିବ, ସାହିତ୍ୟ ସାଧିକା ପ୍ରିତିଛନ୍ଦା ଧଳ, ସମାଜସେବୀ ସୁଚିଶ୍ମିତା ପୃଷ୍ଟି, ଡାକ୍ତର ଶୁଭଲକ୍ଷ୍ମୀ ଡାଗର, ଡାକ୍ତର ରଞ୍ଜନ କୁମାର ସାହୁ , ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଜେନା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନାରୀଶକ୍ତି ନାରୀ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ବର୍ତ୍ତମାନ ସମାଜରେ ମାତୃଶକ୍ତି ମହୋତ୍ସବ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ମାତୃଶକ୍ତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୫ତମ ରାଜ୍ୟସ୍ତରୀୟ ମାତୃଶକ୍ତି ମହୋତ୍ସବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା " ଫ୍ୟାସନ ସୋ ପ୍ରତିଯୋଗିତାରେ" ପ୍ରଥମ ସ୍ଥାନରେ ରହିଛନ୍ତି ମିସ୍ ସୁଶ୍ରୀ ସଂଗୀତା ସାହୁ (ସିନିୟର୍), ମିସ୍ ପୂନମ ପ୍ରିୟଦର୍ଶିନୀ ଦାସ ( ଜୁନିୟର) ଏବଂ ଦ୍ୱତୀୟ ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀ ଏବଂ ବିଭିନ୍ନ ଜିଲ୍ଲାରୁ ଆସି ପାଟିସିପେଟ କରିଥିବା ସମସ୍ତ ମହିଳା ଓ ଝିଅମାବେ ବହୁତ ସୁନ୍ଦର ଭଙ୍ଗୀ ପ୍ରଦର୍ଶନୀ କରିଥିଲେ । ସହ ସହ ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ମାତୃଶକ୍ତି ମହୋତ୍ସବକୁ। ଭଦ୍ରକ ସହୀଦ ସ୍ମୃତି ଭବନଠାରେ ଆୟୋଜିତ ଏହି କଳା ନିପୁଣତା ନାରୀ ସଶକ୍ତିକରଣ ଉପରେ ଅନୁଷ୍ଠିତ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିଥିବା ନଅ ଜଣଙ୍କୁ ଭବ୍ୟ ସ୍ଵାଗତ ପୂର୍ବକ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସୁଶ୍ରୀ ବର୍ଷାରାଣୀ ବାରିକ, ସୁଶ୍ରୀ ଅଞ୍ଜନା ମିଶ୍ର, ବିଭୂତି ଭୂଷଣ ସେନାପତି, ଡାକ୍ତର ସୁରେଶ୍ଵରୀ ସାଗରିକା ଜେନା, ବିଜୟିନୀ ଦାସ, ସୌମ୍ୟା ଦାସ, ଅଭିନେତ୍ରୀ ସୋଫିଆ ସେଠୀ, ପଙ୍କଜ କୁମାର ସାହୁ ଏବଂ ସୁଶ୍ରୀ ପ୍ରମୋଦିନୀ ପାଢ଼ୀ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ନାରାୟଣ ସେବା ସଙ୍ଗଠନ, ଜିଲ୍ଲା ଏକତା ରକ୍ତ ସଙ୍ଗଠନ, ଫ୍ରେଣ୍ଡସ ଗ୍ରୁପ୍, ତିହିଡି ଯୁବ ମଞ୍ଚ, ନୀଳ ସରସ୍ଵତୀ ହେଲ୍ପ ଲାଇନ, ବିଶ୍ୱାସ ଫାଉଣ୍ଡେସନ, ସମ୍ଭବ ଫାଉଣ୍ଡେସନ, ଭଦ୍ରକ ସେବା ସଙ୍ଗଠନ, ଆଗାମୀ ଆଲୋକ ଏବଂ ଜୀବନଜ୍ୟୋତି ସଂଗଠନକୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ୪୦ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମହୋତ୍ସବ କମିଟିର କର୍ମକର୍ତ୍ତା ସର୍ବୋପରି ଏସ ସତ୍ୟଭୂଷଣ ସ୍ବାମୀ , ଦୁର୍ଗା ଶଙ୍କର ବିଶ୍ୱାଳ, ଅରୁଣ କୁମାର ମଲ୍ଲିକ, ସଂଯୁକ୍ତା ବଳ, ମନସ୍ମିତା ଦାସ, ମନୋରମା ରାୟ, ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା, ଦୀପାଲୀ ନାୟକ, ଅଶୋକ ମହାପାତ୍ର, ଆଲୋକ ମହାପାତ୍ର, ବର୍ଷାରାଣୀ ମହାପାତ୍ର, ଅରୁପାନନ୍ଦ ଦାସ,ଲିଖନ ପରବି, ଅନସୂୟା ରଣା, ରିଚିସ୍ମିତା ମହାନ୍ତି, ଅନିତା ରାୟ,ପ୍ରଶାନ୍ତ ତ୍ରିପାଠୀ, ଦମୟନ୍ତୀ ରାଉତ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଶଶିକଳା ମିଶ୍ର, ସୁଶ୍ରୀ ସଂଗୀତା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ମାତୃଶକ୍ତି ଫାଉଣ୍ଡେସନର ସଂପାଦିକା ରଶ୍ମିତା ଦାଶ ଦୁଇ ଦିନିଆ ମହୋତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।