logo

ଚମ୍ପୁଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫-୨୬ ଉଦଘାଟିତ।

ଚମ୍ପୁଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫-୨୬ ଉଦଘାଟିତ।

ଚମ୍ପୁଆ -୧୧/୦୨(ଖଣ୍ଡାଧାର ନିୟୁଜ)ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚମ୍ପୁଆ ପଞ୍ଚାୟତ ସମିତି ସମ୍ମୁଖ ପ୍ରାଙ୍ଗଣରେ ଚମ୍ପୁଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫-୨୬ ଉଦଘାଟିତ ହୋଇଯାଇଛି l କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ
ସହଯୋଗ ରେ ଅନୁଷ୍ଠିତ ମେଳାକୁ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ ଙ୍କ ପ୍ରତକ୍ଷ ତତ୍ଵାବଧାନ ରେ ଆୟୋଜିତ ସଭାକୁ ସତ୍ୟଜିତ ମିଶ୍ର ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଅନୁଷ୍ଠାନିକ ଭାବେ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟିତ କରିଥିଲେ l
ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ଚମ୍ପୁଆ ବିଧାୟକଙ୍କ
ପ୍ରତିନିଧି ସଞ୍ଜୀବ ବେହେରା, ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ବରିଷ୍ଠ କୃଷି ବୈଜ୍ଞାନିକ ନିଗମାନନ୍ଦ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାୟକ ପ୍ରମୁଖ ଯୋଗ ଦେଇ କୃଷକ ମାନଙ୍କ ଆୟକୁ
ଦ୍ୱିଗୁଣିତ କରିବା ପାଇଁ ଆଧୁନିକ କୃଷି ଯନ୍ତ୍ରପାତି ସହାୟକ ହୋଇ ପାରିବ ଓ ଚାଷୀମାନେ ଉକ୍ତ ମେଳାର ସଦୁପଯୋଗ କରିବାକୁ ଦିଗଦର୍ଶନ ଦେଇଥିଲେ l
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୃଥ୍ୱୀରାଜ ଶର୍ମା ସ୍ଵlଗତ ଅଭିଭାଷଣ ଦେଇ ଉକ୍ତ ମେଳା ଚାଷୀ ଙ୍କୁ ସଚେତନତା କରିବ,
ଚାଷୀ ମାନଙ୍କୁ ଶତକଡା ୪୦%ରୁ ୭୫%
ପର୍ଯ୍ୟନ୍ତ କୃଷି ଯନ୍ତ୍ରପାତି ଉପରେ ରାଜ୍ୟ ସରକାର ରିହାତି ପ୍ରଦାନ କରୁଥିବାରୁ ଚାଷୀ ମାନେ ଏହାର ବହୁଳ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ l
ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରତିନିଧି ପହଲି ନାଏକ, ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ବାବୁ, ପାଟଣା ବିଧାୟକଙ୍କ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ଅତିଥି ମାନଙ୍କୁ ଆଦିବାସୀ ନୃତ୍ୟ, ବାଦ୍ୟ ର ତାଳେ ତାଳେ ପାଛୋଟି ନିଆଯାଇ ମଞ୍ଚ ସ୍ଥଳକୁ ନିଆ ଯାଇଥିଲା l ଅତିଥି ମାନେ ମା 'ତାରିଣୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାଯ୍ୟ ଆରମ୍ଭ କରାଯାଇଥିଲା l ଅତିଥି ମାନେ ବିଭିନ୍ନ କୃଷି ଯନ୍ତ୍ରପାତି ଷ୍ଟଲ ବୁଲି ଦେଖିଥିଲେ l ଏହି ଅବସରରେ ଅତିଥିମାନେ ଅଗ୍ରଣୀ ଚାଷୀ ଓ ସବସିଡି ପାଇଥିବା ଚାଷୀ ମାନଙ୍କୁ ଉତ୍ସlହିତ କରି ସମର୍ଦ୍ଧିତ କରିଥିଲେ l କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ ଘରୋଇ ଉଦ୍ୟେlଗ ଯନ୍ତ୍ରପାତି ଷ୍ଟଲ ପକାଇଥିବା ବେଳେ ସରକାରୀ ସ୍ତରରେ ଚମ୍ପୁଆ ଉଦ୍ୟାନ କୃଷି ବିଭାଗ, ମୁଖ୍ୟମନ୍ତ୍ରୀ ମକା ମିଶନ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା କୃଷି ଶିଳ୍ପ ନିଗମ ଲିଃ, ମୃତ୍ତିକା ସଂରକ୍ଷଣ ବିଭାଗ, ଶ୍ରୀଅନ୍ନ ଅଭିଯାନ ପ୍ରଭୁତି ପ୍ରଦର୍ଶନୀ ଷ୍ଟଲ ପ୍ରଦର୍ଶିତ କରିଥିଲେ l କୃଷି ଯନ୍ତ୍ରପାତି ମେଳା ୩ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଲୋକ ପ୍ରତିନିଧି ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ପୁରୁଷ ମହିଳା ଚାଷୀମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ବି. ଓ ଶାରଦା ହାସଦା, ସହକାରୀ କୃଷି ଅଧିକାରୀ ରମାମଣୀ ସାହୁ, ବ୍ଲକ କୃଷି ଅଧିକାରୀ ସୁମନସ୍ମିତା ତରାଇ, ସହକାରୀ କୃଷି ଅଧିକାରୀ ରୁଦ୍ରମାଧବ ନାଏକ, ବି ଓ ସଂଯୁକ୍ତା ମୁଣ୍ଡା, ସହକାରୀ କୃଷି ଯନ୍ତ୍ରୀ ଲଷ୍ମୀପ୍ରିୟା ମୁଣ୍ଡା, କିରାନି ଶ୍ୟାମ ସୁନ୍ଦର ଦାଶ ପ୍ରମୁଖଙ୍କ ସହଯୋଗୀତା ରେ ପରିଚାଳିତ ହେଉଛି l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

14
750 views