logo

ପଞ୍ଚାୟତ ଜାଗା ଚିହ୍ନଟ ଜବର ଦଖଲ ଉଚ୍ଛେଦ।

ପଞ୍ଚାୟତ ଜାଗା ଚିହ୍ନଟ ଜବର ଦଖଲ ଉଚ୍ଛେଦ।

ହରିଚନ୍ଦନପୁର, ୧୧। ୨, ଅନେକ ବର୍ଷ ପୂର୍ବରୁ ପିଢ଼ି ପିଢ଼ି ଗ୍ରାମପଞ୍ଚାୟତ ଜାଗାକୁ ଜବର ଦଖଲ କରି ମାଡି ବସିଥିବା ଜାଗା କୁ ଅତିରିକ୍ତ ତହସିଲଦାର, ଆର ଆଇ, ଅମିନ, ପୋଲିସ, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରି ଉଚ୍ଛେଦ କରାଯାଇଛି।ପ୍ରାପ୍ତ ଖବରରୁ ଜଣାପଡିଛି ଘଟଗାଁ ବ୍ଲକ ସୁନାଟାଙ୍ଗିରି ପଞ୍ଚାୟତ ସୀମା ମଧ୍ୟରୁ କିଛି ଅଂଶ ଉକ୍ତ ପଞ୍ଚାୟତ ପ୍ରଜା ଦିଲ୍ଲୀପ କୁମାର ମହାନ୍ତ ପଞ୍ଚାୟତ ସୀମାରେ ଅନେକ ବର୍ଷ ପୂର୍ବରୁ ଏକ ଶୌଚାଳୟ ନିର୍ମାଣ ଜାଗାଟିକୁ ନିଜ ଅକ୍ତିଆରରେ ରଖି ଭୋଗ କରିଆସୁଥିଲେ। ସରପଞ୍ଚ ଦେବେନ୍ଦ୍ର ନାଥ ନାଏକ ପଞ୍ଚାୟତ ଚତୁର୍ପାଶ୍ୱ ଉନ୍ନତି କରଣ ନିମନ୍ତେ ଚିହ୍ନଟ ଆବେଦନ କରିଥିଲେ ଏବଂ ଉକ୍ତଜାଗା ପଞ୍ଚାୟତ ପରିସରର ବୋଲି ଜାଣିବାକୁ ପାଇଥିଲେ।ଏସମ୍ପର୍କରେ ସରପଞ୍ଚ ଘଟଗାଁ ତହସିଲରେ ଲିଖିତ ଅଭିଯୋଗ କରିବା ପରେ ଘଟଗାଁ ଅତିରିକ୍ତ ତହସିଲଦାର ଠାକୁର ଦାସ ନାଏକ, ବସନ୍ତପୁର ଆର ଆଇ ସଂଗୀତା ବେହେରା, ପାଣ୍ଡପଡା ଆର ଆଇ ରୋହିତ କୁମାର ନାଏକ, ପାଣ୍ଡପଡା ଥାନା ଅଧିକାରୀ ରବି ଶଙ୍କର ଭଇଶା, ସରପଞ୍ଚ ଦେବେନ୍ଦ୍ର ନାଥ ନାଏକ ଓ ପଞ୍ଚାୟତ ଅଧିନସ୍ଥ ଗ୍ରାମ ବାସୀଙ୍କ ଉପସ୍ଥିତରେ ଶୌଚାଳୟ କୁ ଭଙ୍ଗା ଯାଇଛି। ପୁନର୍ବାର ଏଭଳି ଭୂଲ ନକରିବାକୁ ସତର୍କ କରାଇଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

13
882 views