
ହରିଚନ୍ଦନପୁର ପୋଲିସକୁ ବଡ ସଫଳତା, ଗାଡି ସହ ଦୂର୍ବୁତ୍ତ କାବୁ।
ହରିଚନ୍ଦନପୁର ପୋଲିସକୁ ବଡ ସଫଳତା, ଗାଡି ସହ ଦୂର୍ବୁତ୍ତ କାବୁ।
ହରିଚନ୍ଦନପୁର: ୧୦। ୨, ହରିଚନ୍ଦନପୁର ପୋଲିସକୁ ମିଳିଛି ବଡ ସଫଳତା।ପ୍ରତି ମୁହୂର୍ତ୍ୱରେ ଚୋର ଓ ପୋଲିସର ଛକା ପଞ୍ଝା ଭିତରେ ବାଜିମାତ ମାରିଛି ପୋଲିସ ପରାଜୟ ସ୍ୱୀକାର କରିଛି ଦୂର୍ବୁତ୍ତ। ପ୍ରକାଶ ଥାଉକି ଚଳିତ ମାସ ଆଠ ତାରିଖ କିଛି ଦୂର୍ବୁତ୍ତ ହରିଚନ୍ଦନପୁର ଥାନା ଅଧିନସ୍ଥ ଶଗଡ଼ପଟା ଫରେଷ୍ଟ ବିଟ ନିକଟରେ ଥିବା ମୋବାଇଲ ଟାୱାର ରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୋଟି ନେଉଥିଲେ। ବିଶେଷ ସୂତ୍ରରୁ ହରିଚନ୍ଦନପୁର ପୋଲିସ ଖବର ପାଇ ଦୂର୍ବୁତ୍ତ ମାନଙ୍କୁ ପିଛା କରି କାବୁ କରିବା ସହିତ ଏକ ଟାଟା ମେଜିକ ଗାଡି ଓ ଚୋରି ସାମଗ୍ରୀ ଜବଦ କରିଛି। ପୋଲିସ ତଦନ୍ତରୁ ଜଣା ପଡିଛି କଳିଙ୍ଗ ନଗର ଥାନା ନଡ଼ିଆ ଭଙ୍ଗା ଗ୍ରାମର ବିଷ୍ଣୁ ବିନ୍ଧାଣି, ଅନୁଭବ ମହାନ୍ତ ଓ ମଧୁ ଦେହୁରୀ ଓ ସେହି ସଙ୍ଗିନୀ ଅଭିଯୋଗରେ ଜେନାପୁର ଥାନା ରାଇଛନ୍ଦା ଗ୍ରାମର ଚୈତନ୍ୟ ପ୍ରଧାନ ଲିପ୍ତ ଥିବା ଜଣା ପଡିଛି। ଘଟଣା ସମ୍ପର୍କରେ ଘଟଗାଁ ଏସ ଡି ପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ହରିଚନ୍ଦନପୁର ଥାନା ଅଧିକାରିଣୀ ମିତାଲି ମଧୁଲିତା ବିଶ୍ୱାଳଙ୍କ ମିଳିତ ତଦନ୍ତରୁ ଜଣା ପଡିଛି ଉକ୍ତ ଦୂର୍ବୁତ୍ତ ମାନଙ୍କ ନାମରେ ପୂର୍ବରୁ ଘଟଗାଁ, ଚମ୍ପୁଆ ଓ ଝୁମ୍ପୁରା ଥାନାରେ ବିଭିହ୍ନ କେସ ଥିବାବେଳେ ହରିଚନ୍ଦନପୁର ଥାନାରେ ପୂର୍ବରୁ ତିନୋଟି କେସ ରହିଛି। ସମସ୍ତ ବୟାନ କୁ ରେକର୍ଡ କରି କେସ ନମ୍ବର ୨୯/୨୬ ଏକ ମାମଲା ରଜୁ କରି ଅସମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ଆଗକୁ ତଦନ୍ତ ଜାରୀ ରଖିଛି।
ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।