logo

ଭୂୟାଁରୋଇଡା ପଞ୍ଚାୟତ ଗ୍ରାମବାସୀଙ୍କ ପୁରୀଧାମ ଯାତ୍ରା, ବୁଲିବେ ପର୍ଯ୍ୟଟନସ୍ଥଳୀ।

ଭୂୟାଁରୋଇଡା ପଞ୍ଚାୟତ ଗ୍ରାମବାସୀଙ୍କ ପୁରୀଧାମ ଯାତ୍ରା, ବୁଲିବେ ପର୍ଯ୍ୟଟନସ୍ଥଳୀ।

କେନ୍ଦୁଝର, : ୧୧|୦୨ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନନ୍ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଯାଉଥିବା କାହାକୁ ଅଛପା ନାହିଁ । ସେହିପରି ଭାବେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଭୂୟାଁରୋଇଡା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ତୁଳସୀ ବବଙ୍ଗାଙ୍କ ଏକ ମହତ କାର୍ଯ୍ୟ ପାଇଁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟୁଛି । ଜୀବନକାଳ ମଧ୍ୟରେ ପୁରୀ ଯାଇନଥିବା ଓ କିଛି ଶ୍ରଦ୍ଧାଳୁଙ୍କ ଇଚ୍ଛାକୁ ଗୁରୁତ୍ୱ ଦେବାକୁ ଯାଇ ସରପଞ୍ଚ ନିଜସ୍ୱ ଉଦ୍ୟମରେ ଓ ନିଜସ୍ୱ ଖର୍ଚ୍ଚରେ ଭୂୟାଁରୋଇଡା ପଞ୍ଚାୟତର ଭୂୟାଁରୋଇଡା, କୁନ୍ଦୁରୁପାଣି, ମୁଣ୍ଡା ବସ୍ତି, ଡି-ବ୍ଲକ, କ୍ୟାମ୍ପ ହଟିଂ, ରୋଇଡା କ୍ୟାମ୍ପ,କ୍ୟାଥ ହଟିଂ ଭଳି ଗ୍ରାମରୁ ପ୍ରାୟ ୭ଶହରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ଭକ୍ତଙ୍କୁ ଟ୍ରେନ ଯୋଗେ ପୁରୀ ନେବାର ସୁବନେ୍ଦାବସ୍ତ କରାଇବା ପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସି କହିଲେ ନସରେ । ଏହି ୪ ଦିନିଆ ଯାତ୍ରାରେ ପୁରୀଧାମ ସହିତ କୋଣାର୍କ, ଚନ୍ଦ୍ରଭାଗା, ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ, ଧଉଳି ଆଦି ବୁଲିବାର କାର୍ଯ୍ୟକ୍ରମ ରହିଛି । ଜୟ ଜଗନ୍ନାଥ ଧ୍ୱନି ଦେଇ ବାଂଶପାଣି ରେଳ ଷ୍ଟେସନରୁ ବଡବିଲ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରେଳ ଯୋଗେ ବୁଧବାର ମଧ୍ୟାହ୍ନରେ ପୁରୀ ଯାତ୍ରା ଆରମ୍ଭ କରିଥିଲେ । ଏହି ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଯାତାୟତ,ରହଣୀ ଏବଂ ଖାଇବାର ସମସ୍ତ ଖର୍ଚ୍ଚ ସରପଞ୍ଚ ବହନ କରିବେ । ତେବେ ଶନିବାର ଦିନ ଏହି ଯାତ୍ରୀ ପୁନର୍ବାର ଇଣ୍ଟରସିଟି ରେଳ ଯୋଗେ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚିବେ ବୋଲି ଜଣାପଡିଛି ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
869 views