ବଣ ମହୁଲଡିହା ରେ ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ।
ବଣ ମହୁଲଡିହା ରେ ବନାଗ୍ନି ନିବାରଣ ସଚେତନତା କାର୍ଯ୍ୟକ୍ରମ।
ପାଟଣା:୧୧/୦୨- ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡ ବିଟ ମହୁଲଡିହା ଗ୍ରାମରେ ଆଜି ପାଟଣା ବନବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ସଭା ଓ ଶୋଭାଯାତ୍ରା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଓ ବନପାଳ ନିରଞ୍ଜନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ଅଟେଇ ସଂରକ୍ଷିତ ଜଙ୍ଗଲ କୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ ଏବଂ ବନ୍ୟ ଜନ୍ତୁ ସୁରକ୍ଷିତ ରହିବେ ସେ ବିଷୟ ରେ ଵିସ୍ତୃତ ଆଲୋଚନା ହୋଇଥିଲା। ଏହି ରାଲି ରେ ପାଟଣା ବନପାଳ ନିରଞ୍ଜନ ସେଠୀ, ତଣ୍ଡ ବିଟ ବନରକ୍ଷୀ ଦୀପକ ସ୍ୱାଇଁ, ବଣମହୁଲଡିହା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଳିନ୍ଦ୍ର ମହାନ୍ତ, ବଣମହୁଲଡିହା ବନ ସୁରକ୍ଷା ସମିତି ର ସଭାପତି ପରୀକ୍ଷିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ବନ ସୁରକ୍ଷା ସମିତି ସଦସ୍ୟ ସଦସ୍ୟା ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା,ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ସେହିପରି ବନବିଭାଗ ପକ୍ଷରୁ ଜୈବ ବିବିଧତା କିପରି ରକ୍ଷା କରାଯିବ ସେବିଷୟରେ ଉପସ୍ଥିତ ବନ କର୍ମଚାରୀ ମାନେ ବୁଝାଇଥିଲେ ।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।