logo

ରାସ୍ତା ମଝିରେ ଖାଲ ପ୍ରଶାସନ ସବୁ ଦେଖି ଚୁପ୍!

ରାସ୍ତା ମଝିରେ ଖାଲ ପ୍ରଶାସନ ସବୁ ଦେଖି ଚୁପ୍!

ପାଟଣା :୧୨/୨, କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ରୁ ଢେଙ୍କିକୋଟ୍, ସ୍ବାମ ପିପିଳିଆ ,କେନ୍ଦୁଝର ଯାଇଥିବା ରାସ୍ତା ସ୍ବାମ ହନୁମାନ ଛକ ମଝିରେ ରହିଥିବା ରାସ୍ତାର ୧ ଫୁଟ୍ ର ଗଭୀର ଖାଲ ହୋଇ ପଡ଼ିରହିଥିବା ବେଳେ ପ୍ରତିଦିନ ଶହ ଶହ ମଟର ସାଇକେଲ ଠାରୁ ଆରମ୍ଭ କରି ଚାରିଚକିଆ ଗାଡ଼ି, ବଡ଼ ବଡ଼ ଟ୍ରକ୍ , ବସ୍, ବିଶେଷ କରି ୧୦୮ ଆମ୍ବୁଲାନ୍ସ ଗାଡି ଏବଂ ପ୍ରତିଦିନ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ବେଳେ
ଏହି ଖାଲ ଭିତରେ ଖସି ପଡ଼ିବା ସହିତ ଦୁର୍ଘଟଣାର ଶିକାର ହୋଇ ସିଧା ପାଟଣା ମେଡ଼ିକାଲକୁ ଯାଉଛନ୍ତି । ବାରମ୍ବାର ଅଭିଯୋଗ ପରେବି ଏହି ରାସ୍ତା କାମ ହେଉନଥିବା ବେଳେ ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଏହି ରାସ୍ତା ମଝିରେ ଥିବା ଖାଲ ସଂପୂର୍ଣ୍ଣ ଠିକ୍ ହେଉଛି ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

10
352 views