logo

ଦିବାଲୋକ ରେ ମାତିଛନ୍ତି ବାଲି ମାଫିଆ, ନିଦ୍ରାବିଷ୍ଣୁ ପାଲଟିଛି ପ୍ରଶାସନ!

ଦିବାଲୋକ ରେ ମାତିଛନ୍ତି ବାଲି ମାଫିଆ, ନିଦ୍ରାବିଷ୍ଣୁ ପାଲଟିଛି ପ୍ରଶାସନ!

ପାଟଣା :୧୧/୨, ସାହାରପଡାରେ ଦିବାଲୋକରେ ମାତିଛନ୍ତି ବାଲି ମାଫିଆ ବାଲିଘାଟରୁ ବେଆଇନ ଭାବରେ ଚାଲାଣ ହେଉଛି ଶହ ଶହ ଟ୍ରାକ୍ଟର ବାଲି, ସବୁ ଜାଣିଶୁଣି ଚୁପ୍ ବସିଛି ପ୍ରଶାସନ ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ଅନ୍ତର୍ଗତ ସିଲିପଦା ବାଉତିଆ ଓ ବାଛୁରୀ ବୁଡା ନାଳରେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ବେଆଇନ ଭାବେ ଲୁଟ୍ କରି ଚାଲିଛନ୍ତି ବାଲି ଏବଂ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର। ପ୍ରଥମେ ବାଲି ଖୋଳା କରି ଡିପୁ ହେଉଛି ଏବଂ ପରେ ସମସ୍ତଙ୍କ ସାମ୍ନାରେ ଟ୍ରାକ୍ଟରରେ ବୁହାହୋଇ ଯାଉଛି ବାଲି ନାଳ କୂଳରେ ଟ୍ରିପ୍ ଟ୍ରିପ ବାଲି ଖୁଲମଖୁଲା ଭାବେ ଡିପୁ କରିଛନ୍ତି ବାଲି ମାଫିଆ। କିନ୍ତୁ ସବୁ ଜାଣିଶୁଣି ନିଦ୍ରାବିଷ୍ଣୁ ପାଲଟିଛି ପ୍ରଶାସନ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

22
844 views