ଗଞ୍ଜାମ ଜିଲ୍ଲାର ଜଣାଶୁଣା ଚେହେରା, ରାମାୟଣ ନାଟକର ପ୍ରସିଦ୍ଧ ନିର୍ଦେଶକ ତଥା ଭୀଷ୍ମପିତା ଗୁରୁ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟର) ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ
ଗଞ୍ଜାମ ଜିଲ୍ଲାର ଜଣାଶୁଣା ଚେହେରା, ରାମାୟଣ ନାଟକର ପ୍ରସିଦ୍ଧ ନିର୍ଦେଶକ ତଥା ଭୀଷ୍ମପିତା ଗୁରୁ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟର) ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଗଞ୍ଜାମ ଜିଲ୍ଲାରେ ରାମାୟଣକୁ ଥିଏଟର ରୂପରେ ପରିବେଷଣ କରିବା ପାଇଁ ଗୀତ ସଂଯୋଜନା କରି ନୁଆ ରୂପରେ ରାମାୟଣ ନାଚ ବହି ଲେଖି ରାମ କଥାକୁ ଜନ ଜନରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
କେବଳ ଯେ ରାମାୟଣ ନାଟକ ତାହା ନୁହଁ, ବରଂ ଅନେକ ଲୋକକଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ଶତାଧିକ କଳାକାରଙ୍କୁ କଳା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିଲେ ଗୁରୁଜୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ହୃଦୟପୂର୍ବକ ସମବେଦନା ଜଣାଉଛି ।