ସାପଘରା ଠାରେ ନବ ନିର୍ମିତ ଗୋଣ୍ଡ ଭବନ ମନ୍ତ୍ରୀ ଙ୍କ ଦ୍ୱାରା ଲୋକାର୍ପିତ l
ଅନୁଗୋଳ (କରୁଣାକର ନାୟକ)11/2 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାପଘରା ପଂଚାୟତ ରେ ଗୋଣ୍ଡ ୱାନ ଗୋଣ୍ଡ ମହାସଭା ଖମାର ପୁଞ୍ଜ ସୌଜନ୍ୟ ରେ ସାପଘରା ଖେଳ ପଡିଆ ନିକଟରେ ନିର୍ମାଣ ହୋଇଥିବା ନୂତନ ନବନିର୍ମିତ ଗୋଣ୍ଡ ଭବନ କୁ ଓଡିଶା ସରକାର ଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ନୂତନ ଗୃହ ଲୋକାର୍ପତ କରି ସଭା ମଣ୍ଡପ କୁ ଆଗମନ କରି ଗୋଣ୍ଡ ସମ୍ପ୍ରଦାୟ ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଧୂପ ଲଗାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ,ଗୋଣ୍ଡ ୱାନ ବିକାଶ ଜିଲ୍ଲା ସଭାପତି ସଦାଶିବ ନାୟକ, କେନ୍ଦ୍ର କମିଟି ସଭାପତି ପ୍ରଶ୍ନ କୁମାର ନାୟକ, ବିଜେପି ଦଳର ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ସଂଗଠକ ପ୍ୟାରୀମୋହନ ନାୟକ,ଖମାର ପୁଞ୍ଜ ସଭାପତି ମାଗୁଣି ଚରଣ ନାୟକ,ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ପାଦକ ବସନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଗୋଣ୍ଡ ସମାଜ ର ପୂର୍ବ ଇତିହାସ ସାଂସ୍କୃତିକ ଐତିହ୍ୟ ପରମ୍ପରା ତଥା ଗୋଣ୍ଡ ଜାତିର ଉର୍ନ୍ନତି ର ଉପାଦେୟ ଉପରେ ବିଷଦ ଭାବେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ l ତତ ସହିତ ଓଡିଶା ର 20 ଗୋଟି ଜିଲାରେ ଗୋଣ୍ଡ ସମ୍ପ୍ରଦାୟ ର ତିନି ଗୋଷ୍ଠୀ ଯଥା ଗୋଣ୍ଡ ସାଂସ୍କୃତିକ ସମାଜ, ସଡ଼ବଂଶୀ ଗୋଣ୍ଡ ସମାଜ ଓ ଗୋଣ୍ଡ ୱାନ ଗୋଣ୍ଡ ମହାସଭା ମିଳିତ ଉଦ୍ୟମ ରେ ଓଡିଶା ରେ ଗୋଣ୍ଡ ଭବନ ନିର୍ମାଣ କୁ ସରକାର 3 କୋଟି ଟଙ୍କା ବ୍ୟୟ ବରାଦ ଦେଇଥିବା କଥା ପରିପ୍ରକାଶ କରିଥିଲେ l ମଧ୍ୟାହ୍ନ ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ପରେ ପ୍ରତ୍ୟେକ କ ପୁଞ୍ଜ ର ପ୍ରତିନିଧି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା l