logo

ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଘଟଗାଁ କେନ୍ଦୁଝର ପାଇଁ ଉପସ୍ଥାପକ/ ଉପସ୍ଥାପିକା ଏବଂ ସଂଯୋଜକ/ସଂଯୋଜିକା ଆବଶ୍ୟକ

ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ସାଙ୍ଗଠନିକ ଘୋଷଣା

୧ମ ପ୍ରସ୍ତାବ - ଉତ୍ତରାଞ୍ଚଳ ବିଶେଷାଙ୍କ
ସଂଯୋଗୀ ସଜଫୁଲର ଉତ୍ତରାଞ୍ଚଳ ବିଶେଷାଙ୍କ ନିମନ୍ତେ *ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର* ସାରସ୍ବତ ସ୍ରଷ୍ଟା ମାନଙ୍କ ଠାରୁ ଆମର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ନେଇ - କଳା, ସ୍ଥାପତ୍ୟ, ସାହିତ୍ୟ, ପର୍ଯ୍ଯଟନ ସ୍ଥଳ, କିମ୍ବଦନ୍ତୀ, ଜନଶ୍ରୁତି, ଲୋକକଳା, ଲୋକନୃତ୍ୟ - ଆଦି ପ୍ରସଙ୍ଗ ଭିତ୍ତିକ ପ୍ରବନ୍ଧ/ଗଳ୍ପ/କବିତା ଆକାରରେ ନିଜର ସ୍ବରଚିତ ଲେଖା ମୋବାଇଲ୍ ରେ ଟାଇପ୍ କରି ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ ରେ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ପଠାଇବାକୁ ଅନୁଷ୍ଠାନ ତରଫରୁ ଆହ୍ବାନ କରାଯାଉଅଛି।
ଏତଦବ୍ୟତୀତ ଓଡ଼ିଶାର ଅନ୍ଯ ଜିଲ୍ଲା ଓ ପ୍ରବାସୀ ଓଡ଼ିଆ ସାରସ୍ବତ ସ୍ରଷ୍ଟା ମାନଙ୍କର ଲେଖାକୁ ମଧ୍ୟ ବିଚାରକୁ ନିଆଯିବ।
ଉତ୍ତରାଞ୍ଚଳ ର ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ସାରସ୍ବତ ସ୍ରଷ୍ଟା ଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ।
ଉତ୍ତରାଞ୍ଚଳ ବିଶେଷାଙ୍କ ଓ ବାର୍ଷିକ ଉତ୍ସବ ଉଭୟ ଗୋଟିଏ ଦିନରେ ମା ତାରିଣୀ ପୀଠ ଘଟଗାଁରେ ଅନୁଷ୍ଠିତ ହେବ ।
୨ୟ ପ୍ରସ୍ତାବ - ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର
ଗତ ଡିସେମ୍ବର ୨୦୨୫ ଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର ରେ ପ୍ରତି ମାସ ସଂସଦର ଦୁଇ ଜଣ ସଦସ୍ୟ ସଦସ୍ୟା କିମ୍ବା କର୍ମକର୍ତ୍ତାଙ୍କୁ ସ୍ବାଗତ ଭାଷଣ ଓ ଧନ୍ୟବାଦ୍ ଅର୍ପଣରେ ପାଳିକରି ସୁଯୋଗ ଦିଆଯିବ।
ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ସାରସ୍ବତ ସ୍ରଷ୍ଟା ମାନଙ୍କୁ ଅନୁରୋଧ କରାଯାଉଅଛି।ଏହା କରିବାର ଉଦ୍ଦେଶ୍ୟ ହେଉଛି ଲୁକ୍କାୟିତ ସ୍ରଷ୍ଟାଙ୍କୁ ୟୁଟ୍ୟୁବ ଓ ଫେସବୁକ୍ ଚ୍ୟାନେଲ ମାଧ୍ୟମରେ ଲୋକଲୋଚନକୁ ଆଣିବା।
ଅନୁଷ୍ଠାନର କୈାଣସି ସଦସ୍ୟ ସଦସ୍ୟା କିମ୍ବା ତାଙ୍କ ଜାଣତରେ ଥିବା ଯୁବ ବନ୍ଧୁଙ୍କୁ, ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସରର ସଂଯୋଜନା କରିବାକୁ ସୁଯୋଗ ଦିଆଯିବ କିନ୍ତୁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ପାଖରେ ପ୍ରଥମେ ତାଙ୍କୁ ଟେଷ୍ଟ ଦେବାକୁ ହେବ।
୩ୟ ପ୍ରସ୍ତାବ - ଇ-ପୁସ୍ତକ
ସଂଯୋଗୀ ଯୁବ କର୍ମଶାଳା କୁ କ୍ରିୟାଶୀଳ କରାଇବା ପାଇଁ ଇ-ପୁସ୍ତକ ର କଳ୍ପନା କରାଯାଇଛି।ଏହା କେବଳ ସଂଯୋଗୀ ଯୁବ କର୍ମଶାଳା ରେ ଅଂଶଗ୍ରହଣ କରିଥିବା ସାରସ୍ବତ ସ୍ରଷ୍ଟା ମାନଙ୍କ ଲେଖା ( ୧୫ ରୁ ୨୦ ଟି ଗଳ୍ପ/ ପ୍ରବନ୍ଧ/ କବିତା/ଶିଶୁ ସାହିତ୍ୟ ) କୁ ନେଇ ସ୍ବଳ୍ପ ମୂଲ୍ୟରେ ଡିଜିଟାଲ ପୁସ୍ତକ ଆକାରରେ ଯାହାର ପ୍ରକାଶକ *ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା* ରହିବା ସହିତ ISBN ରହିବ। କିନ୍ତୁ ସ୍ରଷ୍ଟାଙ୍କୁ PDF କପି ଦିଆଯିବ ନାହିଁ।ସେ ଆମାଜନ ରୁ କିମ୍ବା ଅନୁଷ୍ଠାନର Website ରୁ କ୍ରୟ କରିପାରିବେ।
ଅନୁଷ୍ଠାନର କୈାଣସି ସଦସ୍ୟ ସଦସ୍ୟା ଯଦି ଚାହାଁନ୍ତି, ତେବେ ସେମାନଙ୍କର ଲେଖା କୁ ମଧ୍ୟ ଉପରୋକ୍ତ ନିୟମ ଅନୁସାରେ ଇ-ପୁସ୍ତକ କରିପାରିବେ।
ଲେଖା ଗୁଡିକ ମୋବାଇଲ୍ ରେ ଟାଇପ୍ କରି ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ ୯୪୩୭୧୫୨୯୩୬ କୁ ପଠାଇବାକୁ ହେବ। ଲେଖା ଗୁଡିକ ସଂପାଦନା ମଣ୍ଡଳୀ ଦ୍ବାରା ଅନୁମୋଦନ ଓ ଏଡିଟିଙ୍ଗ ହେବାପରେ ଇ-ପୁସ୍ତକ କରିବା ପାଇଁ ପଠାଇ ଦିଆଯିବ।
୪ର୍ଥ ପ୍ରସ୍ତାବ - ସାକ୍ଷାତକାର ଓ ଆଲୋଚନା ଚକ୍ର
ପ୍ରତି ମାସରେ ଥରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା/ ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା/ସମାଜସେବୀ/ବଦାନ୍ୟ ବ୍ୟକ୍ତିଙ୍କ ସାକ୍ଷାତକାର ଓ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇ ସିଧାସଳଖ *ୟୁଟ୍ୟୁବରେ ଥିବା ସଂଯୋଗୀ ସଜଫୁଲ ଚ୍ୟାନେଲ* ଓ *ଫେସବୁକ୍ ରେ ସଂଯୋଗୀ ସଜଫୁଲ* ରେ ପ୍ରସାରଣ କରାଯିବ। କିନ୍ତୁ ତା'ର ପୂର୍ବରୁ ସେମାନଙ୍କୁ ସେମାନଙ୍କର ସଂପୂର୍ଣ୍ଣ ପରିଚୟ ମୋବାଇଲ୍ ରେ ଟାଇପ୍ କରି/ A.4 କାଗଜର ଗୋଟିଏ ପାର୍ଶ୍ୱରେ ପଢି ହେବା ପରି ଲେଖି ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ ରେ ପଠାଇବାକୁ ହେବ। ଏଥିସହିତ ପୋଷ୍ଟର ତିଆରି କରିବା ପାଇଁ ଏକ ରଙ୍ଗୀନ ପାସପୋର୍ଟ ସାଇଜ଼ ର ଫଟୋ ପଠାଇବାକୁ ହେବ।
୫ମ ପ୍ରସ୍ତାବ - website ରେ ସଂରକ୍ଷିତ ରଖିବା
ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ନାମରେ ଏକ website ଖୋଲାଯାଇ ଅନୁଷ୍ଠାନର ପ୍ରତ୍ୟେକଟି କାର୍ଯ୍ୟକ୍ରମ, ପୁସ୍ତକ, ସଦସ୍ୟ ସଦସ୍ୟା ମାନଙ୍କ ବ୍ୟକ୍ତିଗତ ଜୀବନୀ, ଫଟୋ ସଂରକ୍ଷଣ କରି ରଖିବାକୁ ହେବ, ଯାହା ଭବିଷ୍ୟତ ବଂଶଧରଙ୍କ ପାଇଁ ଏହା ଅପରିହାର୍ଯ୍ୟ। ଏଣୁ ପ୍ରତ୍ୟେକ ସଦସ୍ୟ ସଦସ୍ୟା ନିଜ ନିଜର ସଂପୂର୍ଣ୍ଣ ବାୟୋଡାଟା ଓ ଫଟୋ ଏହି ଗ୍ରୁପ୍ ପଠାଇବାକୁ ହେବ।

ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର ଓ ଗପର ପସରା କାର୍ଯ୍ୟକ୍ରମ ପାଇଁ ଉପସ୍ଥାପକ/ଉପସ୍ଥାପିକା, ସଂଯୋଜକ/ସଂଯୋଜିକା ଆବଶ୍ୟକ। ଯେଉଁ ଯୁବ ସାହିତ୍ୟ ପ୍ରେମୀ ବନ୍ଧୁ ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି,ସେମାନେ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ: ୯୪୩୭୧୫୨୯୩୬ ମାଧ୍ୟମରେ ଯୋଗାଯୋଗ କରିପାରନ୍ତି।
ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ଓଡ଼ିଶାର ସମସ୍ତ ସାରସ୍ବତ ସ୍ରଷ୍ଟା ହାତଛଡ଼ା ନକରିବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି

47
6120 views