logo

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ।

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ।

ପାଟଣା:୧୧/୦୨- ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ଜାତୀୟ କୃମି ନାଶକ ଦିବସ ପାଳନ କରାଯାଇଛି। ଏହି ଅବସରରେ 1 ରୁ 19 ବର୍ଷ ବୟସର ସମସ୍ତ ଶିଶୁ ଓ ପିଲା ମାନଙ୍କ ପାଇଁ ଅଙ୍ଗନବାଡି ଓ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏହି ବଟିକା ବିନା ମୂଲ୍ୟରେ ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୃମି ନାଶକ ଦିବସ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ମାନସ କୁମାର ଦଣ୍ଡପାଟ, ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାତ, ଏବିଇଓ ସଚ୍ଚିଦାନନ୍ଦ ସେଠୀ ଓ ପ୍ରକାଶ କୁମାର ରାୟ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ଔଷଧ ଖୁଆଇବାରେ ବିପିଏମ ଦୀପକ କୁମାର ନାୟକ, ପିଏଚଇଓ ଭାଗୀରଥି ବେହେରା, ବିଡିଏମ ରଞ୍ଜିତା ରାଣୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ଙ୍କୁ କୃମି ନାସକ ବଟିକା ଓ ସିରପ ଖୁଆଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଥିଲା।ଆଜି ଯେଉଁମାନେ ବଟିକା ବା ସିରପ ଖାଇବାରୁ ବଞ୍ଚିତ ହେବେ ସେମାନଙ୍କୁ ଆସନ୍ତା 17 ଫେବୃଆରୀ ରେ ଏହା ଦିଆଯିବ ବୋଲି ସୂଚନା ଦିଆଯାଇଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

5
669 views