logo

ଚୁଲି ରେ ନିଆଁ ନ ଜଳିବାରୁ ପେଟ୍ରୋଲ ଢାଳି ନିଆଁ ଜାଳୁଥିବା ସମୟରେ ଯୁବକ ପୋଡ଼ି ହୋଇ ଗୁରୁତର।

ଚୁଲି ରେ ନିଆଁ ନ ଜଳିବାରୁ ପେଟ୍ରୋଲ ଢାଳି ନିଆଁ ଜାଳୁଥିବା ସମୟରେ ଯୁବକ ପୋଡ଼ି ହୋଇ ଗୁରୁତର।

ପାଟଣା:୧୧/୨, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ରୋହିଣୀଦୁମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନାନୁସାରେ ଗତକାଲି ରୋହିଣିଦୁମା ଗ୍ରାମର ଜଣେ ଯୁବକ ପେଟ୍ରୋଲ ଯୋଗେ ନିଆଁ ଲଗାଇବା କୁ ଚେଷ୍ଟା କରିଥିଲେ।ଅସାବଧାନତା ଯୋଗୁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଯୁବକ ଜଣକ ହେଉଛନ୍ତି ରୋହଣିଦୁମା ଗ୍ରାମର ଶମ୍ଭୁ ମହାନ୍ତ ଙ୍କ ପୁଅ ବିଜୁ ମହାନ୍ତ (୨୯) ବୋଲି ଜଣାପଡ଼ିଛି ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ପରେ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
836 views