logo

ପାଇଖାନା ଗାତରୁ ଗାଇ ଉଦ୍ଧାର କଲା ପାଟଣା ଅଗ୍ନିଶମ ବାହିନୀ।

ପାଇଖାନା ଗାତରୁ ଗାଇ ଉଦ୍ଧାର କଲା ପାଟଣା ଅଗ୍ନିଶମ ବାହିନୀ।

ପାଟଣା:୧୦/୦୨ -କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ମସଜିଦ ପଛପଟେ ଆଜି ଦିନ ୨ଟା ପାଖାପାଖି ଏକ ଗାଈ ପାଇଖାନା ନିର୍ମାଣ ପାଇଁ ଖୋଳା ଯାଇଥିବା ଏକ ଗାତ ଭିତରେ ପଡ଼ି ଯାଇଥିଲା। ଗାଈଟି ଗାତ ଭିତରୁ ଉଠି ନପାରିବାରୁ ଦୀର୍ଘ ଘଣ୍ଟା ଧରି ଗାତ ଭିତରେ ପଡ଼ି ରହିଥିଲା ସ୍ଥାନୀୟ ଲୋକମାନେ ଦେଖି ପାଟଣା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ପରେ ଗାଈକୁ ଉଦ୍ଧାର କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

7
1046 views