logo

ଅନ୍ତହୀନ ପଥ'ର ଦିଗହରା ବାଟୋଇ - ସୁଶ୍ରୀ ପୂଜା କର୍ମକାର ଙ୍କ ଦ୍ଵାରା ରଚିତ କବିତା।

*ଅନ୍ତହୀନ ପଥ'ର ଦିଗହରା ବାଟୋଇ*

ଶୀତୁଆ ସକାଳର ସେହି ସ୍ନିଗ୍ଧ ସୁନେଲୀ ଖରା ଟିଏ ଯେପରି,
ସାରୁ ପତ୍ରରେ ଢଳ ଢଳ ଶିଶିର ବିନ୍ଦୁରଟିରେ ଛିଞ୍ଚାଡ଼ି ହୋଇ ପଡେ
ପବନର ସେହି ସୂକ୍ଷ୍ମ ସ୍ପର୍ଶରେ କୃଷ୍ଣଚୂଡ଼ାର ପାଖୁଡା ଯେପରି ,
ଶୀତଳ ଛାଈରେ ଆଶ୍ରିତ ଦିଗହରା ବାଟୋଇ ଉପରେ ପଡେ
ଜୀବନ ରୂପକ ପଙ୍କରେ ଘାଣ୍ଟିଚକଟି ହେଉଥିବା ମଣିଷ
ବାସ୍ତବତାକୁ ଛାଡି କଳ୍ପନାର ମରିଚିକାକୁ ଜାବୁଡ଼ି ବଞ୍ଚେ।। ୧।।

ଅନ୍ତହୀନ ପଥର ଯାତ୍ରୀ ହୋଇ ଯେବେ ଯାତ୍ରା ଆରମ୍ଭ ହୁଏ,
ଅନ୍ଧାରର କାଳିମାରେ ଜୀବନ ସେବେ ଆହୁରି ଅନ୍ଧାର ହୁଏ;
ମନ ଭିତରେ ସେହି ତୀବ୍ର ବେଦନା ଯେବେ ଆହୁରି ଅସହ୍ଯ ହୁଏ,
କୋମଳ ହୃଦୟ ସେବେ କୋମଳତା ଭୁଲି ପଥର ସମ କଠିନ ହୁଏ;
ସମୟ ସ୍ରୋତରେ ଭାସି ଯାଉଥିବା ସେହି ଛାର ମଣିଷଟିଏ,
ଜୀବନ ବନ୍ଧନରେ ଛନ୍ଦି ହୋଇ କେବଳ ମୁକ୍ତିର ସ୍ୱପ୍ନ ଦେଖେ।। ୨।।


କବିତା : ଅନ୍ତହୀନ ପଥ'ର ଦିଗହରା ବାଟୋଇ
ଲେଖିକା : ସୁଶ୍ରୀ ପୂଜା କର୍ମକାର
+3 ତୃତୀୟ ବର୍ଷର ଛାତ୍ରୀ
ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝର
ମୋବାଇଲ: 90789 07522

10
860 views