କବୟିତ୍ରୀ ଶୋଭନା ଜେନା ସମ୍ବର୍ଦ୍ଧିତ।
କବୟିତ୍ରୀ ଶୋଭନା ଜେନା ସମ୍ବର୍ଦ୍ଧିତ।
କେନ୍ଦୁଝର -୦୯/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ର ସୁନାମଧନ୍ୟ କବୟିତ୍ରୀ ଶୋଭନା ଜେନା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ର ପରାଗ ସାହିତ୍ୟ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇ ସମର୍ଦ୍ଧିତ ହୋଇଛନ୍ତି l ଗତ ୮ ତାରିଖ ରବିବାର ଦିନ କେନ୍ଦ୍ରାପଡା ଜିଲ୍ଲା ଆଳି ର ଓଡିଶା ର ପୁରାତନ ତଥା ସୁପ୍ରତିଷ୍ଠିତ ପରାଗ ସାହିତ୍ୟ ସଂସଦ ତା 'ର ୪୪ ତମ ବାର୍ଷିକ ଉତ୍ସବ ସଂସଦର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ଼କ୍ଟର ଶ୍ରୀହରି ଧଳ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ନିରାକାର ଦାସ, ସମ୍ମlନ୍ୱିତ ଅତିଥି ଭାବେ
ଇଂ ନୀଳାଦ୍ରୀଭୂଷଣ ମହାପାତ୍ର, ବରିଷ୍ଠ ଉପସଭାପତି, ଶ୍ରୀଯୁକ୍ତ ରାଜୀବ ପାଣି ପ୍ରମୁଖ ଯୋଗଦେଇ କେନ୍ଦୁଝର ର ବିଶିଷ୍ଟ କବୟିତ୍ରୀ ଶୋଭନାଙ୍କ ସାହିତ୍ୟ କୃତି ପାଇଁ ତାଙ୍କୁ ସଫଳ ସାହିତ୍ୟିକା ସମ୍ମାନ ରେ ସମ୍ମାନିତ କରିଛନ୍ତି l ଉକ୍ତ ଖବର ଜାଣି କେନ୍ଦୁଝର ର ବହୁ କବି କବୟିତ୍ରୀ, ସାହିତ୍ୟ ପ୍ରେମୀ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l କବୟିତ୍ରୀ ଶୋଭନା ଙ୍କ ଏକାଧିକ କବିତା ସଂକଳନ ପ୍ରକାଶ ପାଇ ଅଜସ୍ର ପାଠକୀୟ ପ୍ରସଂଶା ସାଉଁଟି ପାରିଛି l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।