ବରିଷ୍ଠ ପାଲାକାର ନିରଞ୍ଜନ ମହାକୁଡ ସମ୍ମାନୀତ।
ବରିଷ୍ଠ ପାଲାକାର ନିରଞ୍ଜନ ମହାକୁଡ ସମ୍ମାନୀତ।
କେନ୍ଦୁଝର,ତା୯/୨- ଭୁବନେଶ୍ୱର କଳା ବିକାଶ କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ କଳା ସଂସ୍କୃତି ଜିଲ୍ଲା ସଂଯୋଜକ ଏବଂ ଉପସଂଯୋଜକ ମାନଙ୍କର ଦିନିକିଆ କଳାକାର ମାନଙ୍କର ୩୦୦ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମର ରୋଜଗାର ନିମନ୍ତେ ଏବଂ ପ୍ରତ୍ୟେକ ଗ୍ରାମର ପାରମ୍ପରିକ କଳାକାର ମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରତି ଜିଲ୍ଲାର ଜିଲ୍ଲା ସଭାପତି ଓ ସଂଯୋଜକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାଚୀନ ପାଲା ସଂସ୍କୃତିର ଉଦ୍ଧାର ତଥା ସଂରକ୍ଷଣ ନିମନ୍ତେ ଏଠାରେ ଆଲୋଚନା ହୋଇଥିଲା। ଅନେକ ସମସ୍ୟା ସହ ପାଲାକାରଙ୍କ ଉନ୍ନତି କଥା ସମସ୍ତେ କହିଥିଲେ। ଏହି ମଞ୍ଚରେ କେନ୍ଦୁଝର ଜିଲ୍ଲା ସାଂସ୍କୃତିକ କ୍ଷେତ୍ରରେ ସୁନାମଧନ୍ୟ ଅର୍ଜନ କରିଥିବା ସଂଗଠକ ନିରଞ୍ଜନ ମହାକୁଡଙ୍କୁ ରାଜ୍ୟସ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।