logo

ଉକୁଣି ପାଇଁ ଜୀବନ ଚାଲି ଗଲା ୧୨ ବର୍ଷିୟା ଝିଅର

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ା ସାହିରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର । ଉକୁଣି ସମସ୍ୟାକୁ ହଳକାଭାବେ ନେବା ଏକ ୧୨ ବର୍ଷୀୟା ଝିଅର ଜୀବନ ନେଇଗଲା।

ମୃତ ଝିଅ ହେଲେ ଲକ୍ଷ୍ମୀ ପ୍ରିୟା ସାହୁ—ଲିଙ୍ଗରାଜ ସାହୁଙ୍କ କନ୍ୟା ଏବଂ ଶ୍ରେଣୀ-୬ର ଛାତ୍ରୀ। ଦୀର୍ଘ ମାସ ଧରି ତାଙ୍କ ମୁଣ୍ଡରେ ଭୟଙ୍କର ଭାବେ ଉକୁଣି ହୋଇଥିଲା। ମାଆ ମୁଣ୍ଡ ଲଣ୍ଡା କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଲକ୍ଷ୍ମୀ ପ୍ରିୟା ମନା କରିଥିଲେ। ଧୀରେଧୀରେ ଉକୁଣି ମୁଣ୍ଡ ଚର୍ମ କୁ କ୍ଷତିଗ୍ରସ୍ତ କରି ଗୁରୁତର ସଂକ୍ରମଣର ଆକାର ନେଇଥିଲା।

ପରିବାର ସଦସ୍ୟମାନଙ୍କ କହିବା ଅନୁସାରେ, ମୁଣ୍ଡରୁ ଦୁର୍ଗନ୍ଧ ଆସୁଥିବାରୁ ଲକ୍ଷ୍ମୀ ଘରୁ ବାହାରିବା ବନ୍ଦ କରିଦେଇଥିଲେ। ତିନି ଦିନ ପୂର୍ବରୁ ହଠାତ୍ ତାଙ୍କ ଶରୀର ଅବସ୍ଥା ଗୁରୁତର ହୋଇଯାଇ, ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକୁରମାନେ ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହାରାଇଥିଲେ।

ଉକୁଣି ଠାରୁ କେମିତି ବଞ୍ଚିବେ? (ସଚେତନ‌ତା ଅତ୍ୟନ୍ତ ଜରୁରୀ)

ଉକୁଣିକୁ ସାଧାରଣ ସମସ୍ୟା ଭାବି ଅବହେଳା କରିବା ଭୟଙ୍କର ହୋଇପାରେ। ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ ସମୟରେ ଧ୍ୟାନ ନଦେଲେ ସଂକ୍ରମଣ ଜୀବନଘାତୀ ମଧ୍ୟ ହୋଇପାରେ।

0
12 views