logo

୨ ଦିନ ହେଲା ପାଟଣା ବ୍ଲକ ମୁଖ୍ୟାଳୟ ରେ ପାନୀୟ ଜଳ ଯୋଗାଣ ଠପ୍।

୨ ଦିନ ହେଲା ପାଟଣା ବ୍ଲକ ମୁଖ୍ୟାଳୟ ରେ ପାନୀୟ ଜଳ ଯୋଗାଣ ଠପ୍।

ପାଟଣା: ୯/୨, ପାଟଣା ଗତ ୭ ତାରିଖ ଅପରାହ୍ନ ରେ ପାନୀୟ ଜଳ ପ୍ରକଳ୍ପ ର ଅପରେଟର ପମ୍ପ ହାଉସରେ ତାଲାମାରି ଦେଇ ଯାଇଛନ୍ତି ଦୀଘା ବୁଲିବାକୁ ଯାହା ଫଳରେ ରବିବାର ଓ ସୋମବାର ପାଣି ନପାଇ ଡହଳ ବିକଳ ହେଉଛନ୍ତି ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ର ବିଭିନ୍ନ ଗ୍ରାମବାସୀମାନେ ପାନୀୟ ଜଳ ଟୋପାଏ ରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଏନେଇ ପାଟଣା ଅଞ୍ଚଳରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓ ଙ୍କୁ ମଧ୍ୟ ଜଣାଇଛନ୍ତି।ଏନେଇ ସରପଞ୍ଚ ବିନତି ବାନରା ଙ୍କୁ ଯୋଗାଯୋଗ କରିବାରୁ ୨ ଟି ଯାକ ମୋଟର ପୋଡି ଯାଇଥିବାରୁ ଏହାକୁ ମରାମତି ପାଇଁ ଦିଆଯାଇଛି।ସେହି କାରଣରୁ ଅପରେଟର ପମ୍ପ ହାଉସରେ ତାଲା ମାରି ଦେଇଛନ୍ତି ଏବଂ ଯଥାଶୀଘ୍ର ଜଳ ଯୋଗାଣ ସ୍ବାଭାବିକ କରାଯିବାକୁ ଉଦ୍ୟମ ଚାଲିଥିବା ସେ ସୂଚନା ଦେଇଛନ୍ତି ।
ସେହିପରି ପାଟଣା ବ୍ଲକର ବଡ଼ ପାଟଣା ପଞ୍ଚାୟତର ଗୁଳୁଦିପଶି ଗ୍ରାମରେ ୭ ଦିନ ହେବ ପାଣି ମିଳୁନଥିବା ଜଣାପଡ଼ିଛି ।ତେବେ ଖରା ଦିନ ଆରମ୍ଭ ରୁ ଏମିତି ଜଳ ସଙ୍କଟ ଦେଖାଦେଲା ନି ଏହାର ସତ୍ୟା ସତ୍ୟ ତଦନ୍ତ କରି ସ୍ଥାନୀୟ ପ୍ରଶାସନ ଯଥା ଶୀଘ୍ର
କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
750 views