logo

ଅସହାୟ ଗରିବଙ୍କୁ ଶବ ସତ୍କାର ସହ ଶୁଦ୍ଧିକ୍ରିୟା ସହାୟତା କଲା ଭରସା ପରିବାର।

ଅସହାୟ ଗରିବଙ୍କୁ ଶବ ସତ୍କାର ସହ ଶୁଦ୍ଧିକ୍ରିୟା ସହାୟତା କଲା ଭରସା ପରିବାର।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଦିନ ମଜୁରିଆ ରଜନୀ ମହାରଣା ସ୍ବାମୀ ବଇଁଶୀମ ମହାରଣା ହଠାତ୍ ଦେହ ଖରାପ ହେବାରୁ ଘଟଣାସ୍ଥଳରେ ତାଙ୍କର (୫୫) ବୟସରେ ମୃତ୍ୟୁ ଘଟିଥିଲା ୧ ଦିନ ଧରି ବଇଁଶୀମ ଙ୍କ ମୃତ୍ୟୁ ଦେହ ଘରେ ପଡ଼ିରହିଥିବା ବେଳେ ସ୍ଥାନୀୟ ଲୋକମାନେ ଶବ ସତ୍କାର କିପରି କରିବେ ତାହା ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଲୋକମାନେ ଶବ ସତ୍କାର ଓ ଶୁଦ୍ଧିକ୍ରିୟା ସହାୟତା ପାଇଁ ଭରସା ପରିବାରକୁ ଖବର ଦେଇଥିଲେ ଖବର ପାଇ ରାଜ୍ୟ ସଭାପତି ପ୍ରତାପ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ପାଟଣା ବ୍ଲକ ର ସୁମନ୍ତ କୁମାର ବାରିକ୍ ଓ ସଦସ୍ୟ ନେତୃତ୍ୱରେ ଶବ ସତ୍କାର କରାଯାଇଥିଲା, ଶୁଦ୍ଧିକ୍ରିୟା ସହାୟତା ରେ ସାଧାରଣ ସମ୍ପାଦକ ବେଣୁଧର ମହାନ୍ତ, ରାଜ୍ୟ କାର୍ଯ୍ୟ କାରି ସଭାପତି ଭରତ ଚନ୍ଦ୍ର ମହାନ୍ତ, ପାଟଣା ବ୍ଲକ ସଭାପତି ସୁମନ୍ତ କୁମାର ବାରିକ୍ ପାଟଣା ବ୍ଲକ ସଭା ନେତ୍ରୀ ସ୍ନେହ ଲତା ନାୟକ, ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ଅନିଲ କୁମାର ବେହେରା, କେନ୍ଦୁଝର ଜିଲ୍ଲା ର ମିଡିଆସେଲ ଦଶରଥ ବାରିକ୍ ଉପସ୍ଥିତ ରହି ଆଜି ଅସହାୟ ପରିବାରଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ , ରାସନ୍ ସାମଗ୍ରୀ, ନୂତନ ବସ୍ତ୍ର ପ୍ରଦାନ କରିଥିଲେ
ସେଠାରେ ଥିବା ଗ୍ରାମବାସୀ ମାନେ ଭରସା ପରିବାରକୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

27
975 views