logo

ସାହାଯ୍ୟର ହାତ ବଢ଼ାଇଲେ ବରଗଡ଼ ବିଧାୟକ: ବଞ୍ଚିଗଲା ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଜୀବନ

ସାହାଯ୍ୟର ହାତ ବଢ଼ାଇଲେ ବରଗଡ଼ ବିଧାୟକ: ବଞ୍ଚିଗଲା ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଜୀବନ

ବରଗଡ଼,ମାନବିକତା ଆଜି ବି ଜୀବିତ ଅଛି, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ସହରରେ। ଆଜି ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଓ ପୋଲିସର ସହାୟତାରେ ତାଙ୍କୁ ତୁରନ୍ତ ବରଗଡ଼ ସହର ମଧ୍ୟରେ ରହିଥିବା ମୁଖ୍ୟ ଚିକିତ୍ସାଳୟ (CHC) କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କ ପ୍ରାଥମିକ ଚିକତ୍ସା କରି କହିଥିଲେ ଯେ, ବ୍ୟକ୍ତିଜଣଙ୍କର Pulse Level (ନାଡ଼ିର ଗତି) ବହୁତ କମ୍ ଅଛି ଏବଂ ତାଙ୍କୁ ତୁରନ୍ତ ଭେଣ୍ଟିଲେଟର (Ventilator) ସୁବିଧା ଥିବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଆବଶ୍ୟକତା ରହିଅଛି ।
ଏହି ଜଟିଳ ପରିସ୍ଥିତି ସମୟରେ ବରଗଡ଼ ପୋଲିସ ପାଖରୁ ଖବର ପାଈ ବରଗଡ଼ର ଅଗ୍ରଣୀ ସାମାଜିକ ସଂଗଠନ 'ସଙ୍କଳ୍ପ ପରିବାର' ର ସଦସ୍ୟମାନେ CHC କୁ ପହଁଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ଓ ବ୍ୟକ୍ତିଜଣଙ୍କର ଗୁରୁତର ଥିବା ଓ ତାଙ୍କୁ ତୁରନ୍ତ ଭେଣ୍ଟିଲେଟର ଆବଶ୍ୟକତା ଥିବା ବିଷୟରେ ଜାଣିବାକୁ ପାଇଥିଲେ। ତେବେ ଯୁବକର ଜୀବନ ବଞ୍ଚାଇବାକୁ ଯାଇ ହାତରେ ଅତି କମ ସମୟ ରହିଥିବାରୁ ରୋଗୀଙ୍କୁ ଭୀମସାର ପହଞ୍ଚାଇବାରେ ବିଳମ୍ବ ହେବ ଓ ପହଞ୍ଚିବା ମାତ୍ରେ ଭୀମସାର ବୁର୍ଲାରେ ସଙ୍ଗେ ସଙ୍ଗେ ଭେଣ୍ଟିଲେଟର ଉପଲବ୍ଧ ନହେବା ବିଷୟରେ ଅବଗତ ହୋଇ ଘରୋଇ ଚିକିତ୍ସାଲୟକୁ ନେବା ଉଚିତ ମନେ କରିଥିଲେ ଓ ସେ ସମୟରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ସଡ଼ଙ୍ଗୀଙ୍କୁ ଯୋଗାଯୋଗ କରିଥିଲେ। ସଂକଳ୍ପ ପରିବାର ପାଖରୁ ଖବର ପାଇବା ମାତ୍ରେ ବିଧାୟକ ମହୋଦୟ ବିଳମ୍ବ ନକରି ନିଜର ମାନବିକତା ଦେଖାଇଥିଲେ। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଲୟ ସହିତ କଥା ହୋଇ ରୋଗୀଙ୍କୁ ଆଡମିଟ୍ କରିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ଏହି ତତ୍ପରତା ଯୋଗୁଁ ଜଣେ ଅସହାୟ ବ୍ୟକ୍ତିଙ୍କ ଜୀବନ ବଞ୍ଚିପାରିଛି।

7
560 views