logo

ଜଙ୍ଗଲ ନିଆଁ ରୋକିବାକୁ ଘଟଗାଁ ବନବିଭାଗର ସଚେତନତା ପଦଯାତ୍ରା

ଘଟଗାଁ: ଅଟେଇ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବା ଓ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଘଟଗାଁ ବନବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ପାଲବଣୀସାହି (ମେଲାଣ) ବନ ସୁରକ୍ଷା ସମିତି ଓ ପୋଇଜାମୁଳା ବନ ସୁରକ୍ଷା ସମିତିର ମିଳିତ ଆନୁକୁଲ୍ୟରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଏଥିରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ।
ଘଟଗାଁ ଫରେଷ୍ଟର ବିଶ୍ୱମୋହନ ମିଶ୍ର ଓ ଫରେଷ୍ଟର ଅଙ୍କିତା ସିଂଙ୍କ ନେତୃତ୍ୱରେ ‘ଆମ ଜଙ୍ଗଲ’ ଯୋଜନାର ବ୍ଲକ କୋଓର୍ଡିନେଟର ରଞ୍ଜିତ କୁମାର ପଲେଇ, ଫୋରେଷ୍ଟ ଗାର୍ଡ ମୋନାଲିଶା ପାତ୍ର, ପାରାଫରେଷ୍ଟ କର୍ମଚାରୀ ଓ ଗଜସାଥୀମାନେ ଶୋଭାଯାତ୍ରାରେ ଭାଗ ନେଇଥିଲେ।
ପାଲବଣୀ ସାହିରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ବିଭିନ୍ନ ସାହିବସ୍ତି ପରିକ୍ରମା କରି ପୋଇଜାମୁଳା ବନ ସୁରକ୍ଷା ସମିତି କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ପରେ ଆୟୋଜିତ ସଚେତନତା ସଭାରେ ଜଙ୍ଗଲରେ ନିଆଁ ଲାଗିବାର କାରଣ, ଏହାର କୁପ୍ରଭାବ ଓ ରୋକଥାମ ପଦ୍ଧତି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।

0
836 views