logo

ନରମୋଦେସ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ତରଫରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ।

ନରମୋଦେସ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ତରଫରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତରଗତ କୁମୁଣ୍ଡି ଗ୍ରାମପଂଚାୟତର ଉପରଜାଗର ଠାରେ ଥିବା ନରମୋଦେସ୍ଵରାୟ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କର ସଭାଗୃହରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମିଳନୀରେ କୁମୁଣ୍ଡି ଗ୍ରାମପଂଚାୟତର ଉପରଜାଗର ତଳଜାଗର ଏବଂ ଉରୁମୁଣ୍ଡା ଅଂଚଳରେ ଥିବା ସାହସ୍ରାଧିକ ପ୍ରଜା ଉପସ୍ଥିତ ଥିଲେ l ଯୁବସମାଜସେବୀ ତଥା ଶ୍ରମିକ ନେତା ଖଗେଶ୍ୱର ପୂର୍ତ୍ତି ସର୍ବପ୍ରଥମେ ସାମ୍ବାଦିକ ସମିଳନୀର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l 2012ମସିହା ଠାରୁ ଏହି ପୁତୁଲିପାଣି ଖଣିଟି ବନ୍ଦ ହୋଇଥିଲା l ଯାହା ଫଳରେ ସ୍ଥାୟୀ ଶ୍ରମିକ ମାନେ ରୋଜଗାର ହରାଇ ବହୁ ଅଭାବ ଅସୁବିଧା ଭିତରେ ଗତି କରୁଥିଲେ l ଏବଂ ପରିବାରର ଗୁଜୁରାଣ ପାଇଁ ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଉଥିଲେ l କେନ୍ଦୁଝର ମାଟିମାର ଲୋକପ୍ରିୟ ନେତା ତଥା ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଦାୟିତ୍ୱ ନେଲା ପରେ ପୁତୁଲି ପାଣି ଖଣିଟିକୁ ଚଲେଇବାକୁ ନିର୍ଦେଶ ଦେଇଥିଲେ l ଏହି ଦୁଇମାସ ହେବ ଖଣିଟି ପୁଣି ଚାଲୁହେବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଥିଲେ l ସୂଚନାଯୋଗ୍ୟଜେ ଉପରଜାଗର ତଳଜାଗର ଏବଂ ଉରୁମୁଣ୍ଡାରେ ଥିବା ସ୍ଥାୟୀ ପ୍ରଜାମାନେ ବିଶେଷ ଭାବରେ ଖଣି ପ୍ରଭାବିତ ଅଞ୍ଚଳରେ ଯାଉଛନ୍ତି l ଜନଶୁଣାଣି ସମୟରେ ଖଣିକୁ ହାତେଇଥିବା ଡ଼ିବି ଖଣି ପରିବହନ ସଂସ୍ଥା ଯଉ ପ୍ରତିଶୃତି ଦେଇଥିଲେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରୁଛନ୍ତି l ସମ୍ପୂର୍ଣ ମେସିନ ଦ୍ୱାରା ଖଣିଖନନ ହେବା ଦ୍ୱାରା ସ୍ଥାୟୀ ଖଣିପ୍ରଭାବିତ ଅଞ୍ଚଳବାସୀ ରୋଜଗାର ହରେଇବା ସହ ତାଙ୍କର କୃଷିକ୍ଷେତ୍ର ନଷ୍ଟ ହେବା ସହ ଅଂଚଳବାସୀମାନେ ବିଭିର୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଆଗାମୀ ଦିନରେ ସ୍ଥାୟୀ ପ୍ରଜାମାନଙ୍କୁ ଖଣିକାର୍ଯ୍ୟରେ ନିଯୁକ୍ତି ଶ୍ରମିକ ମାନଙ୍କୁ ଲୋଡିଂ କାର୍ଯ୍ୟ ପ୍ରଦାନ ଶିକ୍ଷାକୁ ଆଧାର କରି ଖଣିରେ ନିଯୁକ୍ତି ସ୍ଥାନୀୟବାସୀଙ୍କୁ ଖଣିପରିବହନ କାର୍ଯ୍ୟର ସୁଯୋଗ ଦେବାକୁ ଶ୍ରୀ ଯୁକ୍ତ ପୂର୍ତ୍ତି ନିଜର ବକ୍ତବ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କ ନିକଟରେ ରଖିଥିଲେ l ଯଦି ଖଣିପ୍ରଭାବିତ ଅଞ୍ଚଳବାସୀ ତାଙ୍କ ହକ ଏବଂ ନ୍ୟାଯ୍ୟ ଦାବିରୁ ଯଦି ବଂଚିତ ହେବେ ତାହାହେଲେ ଏକ ବିରାଟ ଆନ୍ଦୋଳନ ହେବା ସହ ଖଣିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ ବୋଲି କହିଥିଲେ l ଉକ୍ତ ସାମ୍ବାଦିକ ସମିଳନୀରେ ଟ୍ରଷ୍ଟର ସଭାପତି ଯଶୋଦା ସେନାପତି ସମ୍ପାଦିକା ଯମୁନା ପୂର୍ତ୍ତି ସୂର୍ଯ୍ୟ ମୁଣ୍ଡା କୁନି ଦେହୁରୀଙ୍କ ସମେତ ସାହସ୍ରାଧିକ ସ୍ଥାୟୀ ଖଣି ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

21
819 views