ଅନ୍ବେଷା ଉତ୍ସବ -୨୦୨୬ ଅବସରରେ କବିତା ପାଠୋତ୍ସବ
ଅନ୍ୱେଷା ଉତ୍ସବ -୨୦୨୬ ଅବସରରେ କବିତା ପାଠୋତ୍ସବ
କେନ୍ଦୁଝର,୯/୨ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳରେ ଅବସ୍ଥିତ ଅନ୍ବେଷା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ କେନ୍ଦୁଝର ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଅନ୍ବେଷା ସାହିତ୍ୟ ସଂସଦ ଭବନରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଅନ୍ବେଷା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ତଥା ଶିକ୍ଷାବିତ ସଙ୍କର୍ଷଣ ଜେନାଙ୍କ ପୌରହିତ୍ୟରେ ଅନ୍ବେଷା ଉତ୍ସବ -୨୦୨୬ ର କବିତା ପାଠୋତ୍ସବକୁ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାଇଁକୁଳର ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ଵାଳ ଉଦ୍ଘାଟନ କରିଥିଲାବେଳେ ପ୍ରବଚିକା, ଚିକିତ୍ସକ ତଥା କବୟିତ୍ରୀ ଡ଼. ସଂଧ୍ୟାରାଣୀ ପୃଷ୍ଟି ଓ ଅଧ୍ୟାପକ ବିରଞ୍ଚିନାରାୟଣ ସାମନ୍ତରାୟଙ୍କ କବିତା ସଂଯୋଜନାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କବି କବୟିତ୍ରୀ ଯଥା : ଚିନ୍ତାମଣି ମହାଳିକ,ଘନଶ୍ୟାମ ବୋଇତେଇ, ଅର୍ଜୁନ ଚରଣ ବେହେରା, ମଙ୍ଗୁଳି ଚରଣ ପୃଷ୍ଟି, ଦୀପକ୍ କୁମାର ସ୍ଵାଇଁ, ହଳଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ଉମାକାନ୍ତ ବେହେରା,ବୈଲୋଚନ ସାହୁ,ମୂରଲୀଧର ବେହେରା, ଅନନ୍ତ ମୁଦୁଲି,ବାବୁଲାଲ ପଲେଇ , ସନ୍ତୋଷ କୁମାର ପତି, ନାରାୟଣ ସାହୁ, ନିତ୍ୟାନନ୍ଦ ବେହେରା,ରତିନାରାୟଣ ରାଉତ,ମିହିର କୁମାର ସାହୁ, କୈଳାସ ପାତ୍ର, ବାବାଜୀ ଚରଣ ଜେନା,ମନୋଜ କୁମାର ପୃଷ୍ଟି, ଶଶିକାନ୍ତ ନାୟକ, ବେଣୁଧର ସୂତାର, ଚିନ୍ତାମଣି ଦାଶ, ରବିନାରାୟଣ ବିଶ୍ବାଳ,ଲିପାଞ୍ଜଳି ଜେନା, ଶ୍ରୀକାନ୍ତ ପଣ୍ଡା,ସନାତନ ମଲ୍ଲିକ, ନୀଳମଣି ବାରିକ୍,ସୁନୟନା ସାହୁ, ଅନ୍ନପୂର୍ଣ୍ଣା ସାହୁ, ସୁରେଶ କୁମାର ଚକ୍ର, ସୁକାନ୍ତ ରାଉତ, ଦୈତ୍ୟାରି ବିଶ୍ବାଳ, ଅଞ୍ଜଳି ଜେନା, କୁଳମଣି ଦତ୍ତ, ଅନନ୍ତ ନାରାୟଣ ଦାସ, ରଶ୍ମିତା ସେନାପତି, ବଳରାମ ପରିଡ଼ା,ସୁହାସିନି ପଟ୍ଟନାୟକ, ନିରୂପମା ସାହୁ, ପଦ୍ମଲୋଚନ ଜେନା, ରାମନାରାୟଣ ଶର୍ମା,କେଶବ ଚନ୍ଦ୍ର ବେହେରା, ଚତୁର୍ଭୁଜ ଜେନା, ଆନନ୍ଦ ଓଝା, ହରିହର ବେହେରା, ନଳିନୀପ୍ରଭା ଦାସ, ସ୍ବୟଂଶ୍ରୀ ପରିଡ଼ା,ଶରତ କୁମାର ଦାସ,ନିର୍ମଳ ଚନ୍ଦ୍ର ମହାପାତ୍ର,ଆଦ୍ଯାଶା ସ୍ବାଇଁ ଆଦି ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସଭାପତି ଧରଣୀଧର ମହାପାତ୍ର ଓ ସଂପାଦକ ଡ଼ଃ ସନତ କୁମାର ରଥ ଉତ୍ସବକୁ ପରିଚାଳନା କରିଥିବାବେଳେ କାଳନ୍ଦୀ ଚରଣ ପଟ୍ଟନାୟକ ସହଯୋଗ କରିଥିଲେ।