ସହିଦ ବାଲାଜୀ ମଙ୍ଗରାଜ ଙ୍କ ୧୮ ତମ ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ
ଭୁବନେଶ୍ୱର,୮.୨. ୨୬(ଏ.ଆଇ.ଏମ.ଏ) ଖୋର୍ଦ୍ଧା ଜିଲ୍ଲା ଛଣଗିରି ଠାରେ ସହିଦ ବାଲାଜୀ ମଙ୍ଗରାଜ ଙ୍କ ୧୮ ତମ ଶ୍ରଦ୍ଧାଞ୍ଜଳି ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି l ଛଣଗିରି ଠାରେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ସହିଦ ବାଲାଜୀ ମଙ୍ଗରାଜ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ୍ଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଅତିଥି ଭାବେ ଭୁବନେଶ୍ୱର ସିଆରପିଏଫ ଡିଆଇଜି ଭାରତ ଭୂଷଣ ସେଠୀ, ନୋଡାଲ ଅଫିସର ଏସ କେ ମାଜିଦଯୋଗ ଦେଇ ସହିଦ ବାଲାଜୀ ମଙ୍ଗରାଜ ଦେଶ ପାଇଁ ଦେଇଥିବା ବଳିଦାନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସହିଦ ଙ୍କ ଧର୍ମପତ୍ନୀ ଛବିରାଣୀ ମଙ୍ଗରାଜ, ସାମ୍ବାଦିକ ଦୀପକ ପ୍ରଧାନ,ସହିଦ ଙ୍କ ଦୁଇ ପୁଅ ବିଶ୍ୱଜିତ ମଙ୍ଗରାଜ, ସୁଭ୍ରଜିତ ମଙ୍ଗରାଜ, ନୃସିଂହ ଚରଣ ମହାନ୍ତି, ନିତ୍ୟାନନ୍ଦ ମଙ୍ଗରାଜ, କେଳୁ ଚରଣ ସେଠି, ଲଲାଟେନ୍ଦୁ ନାୟକ, ୱାର୍ଡ ସଭ୍ୟା କାମିନୀ ସୁନ୍ଦରାୟ ଓ ଗ୍ରାମର ବହୁ ବୁଦ୍ଧିଜୀବୀ ଶିକ୍ଷlବିତ୍ତ ମହିଳା ଉପସ୍ଥିତ ଥିଲେ l