logo

ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ।

ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ।

କେନ୍ଦୁଝର:୦୮/୦୨, କେନ୍ଦୁଝର ସହର ସ୍ଥିତ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ସ୍କୁଲ ପରିଷର ରେ ଅନୁଷ୍ଠିତ ହୋଇ ଯାଇଛି । ଶିବ କୁମାର ରାଠୋର ଙ୍କର ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ବେଳା ଓ ପୂର୍ବତନ ଶିକ୍ଷକ ସଞ୍ଜୟ କୁମାର ସାମଲ ଓ ୬୦ ରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରଥମେ ମା' ତାରିଣୀ ଙ୍କ ନିକଟରେ ପ୍ରଦ୍ବୀପ ପ୍ରଜ୍ୱଳନ କରି ପୁଷ୍ପ ଦେଇ ଜୟନ୍ତି ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସ୍କୁଲ ର ୫୦ ତମ ପ୍ରତିଷ୍ଠା ଦିବସ କୁ ଡିସେମ୍ବର ମାସରେ ସୁବର୍ଣ୍ଣ ଜୟନ୍ତୀ ରୂପେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରତି ମାସରେ ଗୋଟିଏ ଲେଖାଏ ସେମିନାର ଓ କାର୍ଯ୍ୟକ୍ରମ କରି ଜୟନ୍ତି କୁ ସଫଳ କରିବାକୁ ସମସ୍ତେ ମତ ବ୍ୟକ୍ତ କରିଛନ୍ତି । ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି କରି ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ନେଇ ଏକ ଆଦର୍ଶ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ମତ ପ୍ରକାଶ ପାଇଥିଲା । ପୁରାତନ ଛାତ୍ର ରାଜିବ ଆଚାର୍ଯ୍ୟ , ଭାଗିରଥି ସାହୁ , ବିନୟ ଭୂଷଣ ପଟ୍ଟନାୟକ ଏବଂ ଅନ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

19
636 views