logo

ଚୋବାଉଛୁ ପାନ ଘୁଟୁକା - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ଚୋବାଉଛୁ ପାନ ଘୁଟୁକା
************ ହରିହର ମହାନ୍ତ
ଟୋକା ଆରେ ଟୋକା
ତୁ ଚୋବାଉଛୁ ପାନ ଘୁଟୁକା
ତୋର ମୁହଁରେ ହେଲାଣି ଫୋଟକା
କର୍କଟରେ ପଡି ଅକାଳରେ ତୋର
ଯମପୁର ଯିବା ପକ୍କା । ୧ ।
ସାଙ୍ଗସାଥି ମେଳେ ଥଟ୍ଟା ମଉଜରେ
କରୁଛୁରେ ଭୁଲ୍ ଭଟକା ,
ଜାଣିପାରିବୁନି ଅଜାଣତେ ତୋର
ପକେଟ୍ ହୋଇବ ଫାଙ୍କା ।୨ ।
ଭାବିଛୁକି ପାନ ବିଡି ସିଗାରେଟ୍
ଛୋଟିଆ ନିଶାରେ ଲେଖା,
ହରଡଘଣାରେ ପଡିଯିବୁ ଯେବେ
ଭାବି ଭାବି ହେବୁ ତାଟକା ।୩ ।
ପରିବେଶ ତୁହି ଦୂଷିତ କରୁଛୁ
ପାଇବୁରେ ବଡ ଝଟକା,
ପିଠିରେ ତୋହର ପଡିବେନି କେହି
ଚାହିଁଥିବୁ ହୋଇ ଜଳକା ।୪ ।
ଡାକ୍ତରଖାନାରେ କଲବଲ ହେବୁ
କାଟୁ କରିବନି ବଟିକା,
ଥୋମୁଣି ତୋହାର କାଟିକୁଟି ଦେବେ
ବିକଳେ ଛାଡିବୁ ଡକା।୫ ।

କୁଲାଡେରା, ମଣ୍ଡୁଆ, କେନ୍ଦୁଝର
ମୋବାଇଲ: ୮୩୨୮୯୨୮୭୯୩

7
921 views