କିଛି ଲେଖିବିନି - ସୁଧାଂଶୁ ଶେଖର ପାତ୍ର ଙ୍କ ଦ୍ଵାରା ରଚିତ କବିତା।
କିଛି ଲେଖିବିନି
କିଛି ଲେଖିବିନି
ଖାଲିଟାରେ ବସିଛି
ଏମିତି ବସିଥିବି ଆଗାମୀ ଦିନରେ ମଧ୍ୟ
ଲେଖି ଲାଭ କ'ଣ ....
କେଉଁ ସ୍ୱର୍ଗକୁ ଯିବି ଯେ ?
ବାଜେ କଥା
ଆମ ଗାଆଁର ରୂପିଆ ବୁଢ଼ା
ସେ ଦିନ ସୋମବାରୁ ବରା ଦୋକାନ ପାଖରେ
ଲୋକଙ୍କୁ ବଖାଣୁଥଲା
ତେବେ କଲମ ଫିଙ୍ଗି ଦେବି ?
ନା -ଜମା ନୁହଁ
ଯେହେତୁ ଆଶା ଅଛି
ସ୍ୱପ୍ନ ଦେଖୁଛି
ଆପେ ଆପେ କଲମ ମୁନରୁ
ସମୁଦ୍ର ପରେ ସମୁଦ୍ର ଗୋଟି ଗୋଟି କରି
ବାହାରି ଆସୁଛି ଏବଂ
ଅସଂଖ୍ୟ ଲୋକ ଛୁଟି ଆସୁଛନ୍ତି
ବୁଡ଼ ପକାଇବା ଲକ୍ଷ୍ୟରେ ।
* """""""""" *"""""""""*""""""""""""'*
ସୁଧାଂଶୁ ଶେଖର ପାତ୍ର
ପ୍ରଶାନ୍ତି ଭୂମି, ଖସିଗୁଡ଼ା, ଚିଲିଗୁଡା, ଜୁନାଗଡ଼, କଳାହାଣ୍ଡି , ଓଡ଼ିଶା, ପିନ୍ ୭୬୬୦୧୪
patrasudhanshushekhar7@gmail.com
ମୋବାଇଲ: 96687 84685