ବିବର୍ତ୍ତନ - ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କବିତା।
" ବିବର୍ତ୍ତନ "
ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ସେ ନିୟମ
କ୍ଷଣିକ ପରିବର୍ତ୍ତନ,
ପ୍ରତ୍ୟେକ ଜୀବନେ ନୂଆଁ ନୂଆଁ ମୋଡ଼
ସମୟ ପରିବର୍ତ୍ତନ।
ମାନବ ଜାତିର କ୍ରମ ବିକାଶ ଯେ
ବିବର୍ତ୍ତନ ନିଦର୍ଶନ,
ସଭିଙ୍କୁ ଦେଇ ପ୍ରେରଣା
ସେ ପରା ପୁରାତନ ରୁ ନୂତନ।
ବଂଶାନୁକ୍ରମିକ ବିବର୍ତ୍ତନ ପରା
ସୃଷ୍ଟି ର ନିୟମ ସେହି,
ଅତୀତ ରୁ ବର୍ତ୍ତମାନ ବଦଳି ଯାଇଛି
ଆଜି ନୁତନତ୍ବ ବହି ।
ପାଶ୍ଚାତ୍ୟ ଚଳଣିକୁ ଆଦରି ମାନବ
ଆଧୁନିକତା ମନେ ଭରେ,
ନିଜ ସଂସ୍କୃତିକୁ ଭୁଲି ଲାଣି ସେତ
ଅନ୍ୟ ଈଶାରା ପଛରେ।
ପିତାମାତା ଆଜି ଜରାଶ୍ରମ ରେ
ସ୍ଥାନ ନାହିଁ ତା'ର ଘରେ,
ସମୟାନୁକ୍ରମେ ସବୁ ବଦଳୁଛି
ଏହିତ ବିବର୍ତ୍ତନ ରେ ।
ଆତ୍ମୀୟତା ଆଗପରି ନାହିଁ ଆଉ
ନିଜ କର୍ତ୍ତବ୍ୟ ପାଳୁନି
ସଭିଙ୍କ ଆଗରେ ସେ ଦେଖାଇ ଭାଉ,
ନିଜ ପର ସେ ଭାବୁନି ।
ନୃବାନ ରୁ ଆଜି ସଭ୍ୟତା ଗଠନେ
ମାନବ ହୋଇଛି ଠିଆ,
ସମୟାନୁସାରେ ପରିବର୍ତ୍ତିତ
ବ୍ରହ୍ମଲିପି ବିବର୍ତ୍ତିତ।
ବିଜ୍ଞାନର ଉନ୍ନତି ଦ୍ରୁତ ଗତିରେ
ଦେଶରେ ଆଣେ ପ୍ରଗତି
ଉଦ୍ଭିଦ ପ୍ରାଣୀଙ୍କ ର ପରିବର୍ତ୍ତନ
ମନରେ ତ ନାହିଁ ଭୀତି ।
ସୁଭାଗିନୀ ସିଂହ ପର୍ଜଙ୍ଗ ଢେ଼ଙ୍କାନାଳ
ମୋବାଇଲ: 79787 42814