logo

କହିବାକୁ ଲାଜ୍ଜ! - ଡକ୍ଟର ନରେନ୍ଦ୍ର ରାଠୋରଙ୍କ ଦ୍ବାରା ରଚିତ କବିତା

କହିବାକୁ ଲାଜ୍ଜ!

ଠିଆ ହୋଇଥିଲି ଏକୁଟିଆ ମୁ,
ଅନ୍ୟମନସ୍କ ଥିଲା ଅଶାନ୍ତ ମନ,
ହଠାତ୍‌ ଦେଖିଲି ଏକ ଅପରୂପା କୁ
ହଜିଲା ମୋ ସାରା ଜ୍ଞାନ ।

​ ଚୋରା ଚାହାଣୀରେ
ଚାହିଁ ଦେଲା ସିଏ ,
ଓଠ ଚାପି ଦେଇ ଲାଜେଇ ଗଲା ସେ
ଲୁଚାଇ ବେନି ନୟନ ।

ମୁଁ ଚାହିଁ ଦେଲି ଯେବେ ତା’ ଆଖିକୁ
ହେଲା ସେ ଛନଛନ ,
​ବଦଳାଇ ଦେଲା ନିଜ ନଜର
ଲାଜେଇ ଫେରାଇ ମୁହଁ ।

ମୁରୁକି ହସରେ କହି ଦେଇ ଗଲା
ଅକୁହା କଥା ଯେତେକ ,
ଭରି ଦେଇ ଗଲା ନୂଆ ସପନ
ଖେଡାଇ ମିଠା ଶିହରଣ ।

​ସେଇ ଲାଜବୋଳା,ସେହି ମିଠା ହସ
ଅପାସୋରା ସେ ଅଭିନୟ,
ଘାଏଲା କରି ଚାଲିଗଲା ଆଜି
ଜିତି ନେଇ ମୋ' ହୃଦୟ ।

ଡକ୍ଟର ନରେନ୍ଦ୍ର ରାଠୋର
ଷ୍ଟୁଡିଓ A-1, ଥାନା ଛକ, କେନ୍ଦୁଝର ଟାଉନ
ମୋବାଇଲ: 94382 41998

ଜଣେ ନିସ୍ବାର୍ଥପର ସମାଜସେବୀ, "ମାନବତାନ୍ତ୍ରିକ ଏବଂ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା" ପାଇଁ ଦୁଇଟି ଜାତୀୟ ପୁରସ୍କାର, ଦୁଇଟି ରାଜ୍ୟ ପୁରସ୍କାର ଏବଂ ଅନେକ ସ୍ଥାନୀୟ ସମ୍ମାନ ପ୍ରଦାନ କରାଯାଇଛି।

6
488 views