logo

ଅତାସାହୀପାଟଣା ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଅତାସାହୀପାଟଣା ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଘସିପୁରା ୦୭/୦୨ ଘଷିପୁରା ବ୍ଲକ ଅନ୍ତର୍ଗତ ଅତାସାହିପାଟଣା ସ୍ଥିତ ଅଲେଖ ମହିମା ଉଚ୍ଚପ୍ରାଥମିକ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ କୁମାର ସାହୁ ଙ୍କ ସଭାପତିତ୍ବରେ ରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଇଓ ସଦ୍ୟସ୍ମାନ ପଣ୍ଡା , ମୁଖ୍ୟ ବକ୍ତା ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦପୁର ଶରତକୁମାର ରାଉତ,ସମ୍ମାନିତ ଅତିଥି ଭାବେ ସିଆରସିସି ଅଶୋକ କୁମାର ବାରିକ, ସହକାରୀ ଶିକ୍ଷକ ମାଧବାନନ୍ଦ ପଣ୍ଡା,ଦିଲ୍ଲିପ ଭୁୟାଁ , ଶୁକଦେବ ନାୟକ ଯୋଗଦେଇ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ସାହୁ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ଶିକ୍ଷକ ଶୁକଦେବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର କ୍ରିଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ବିଜୟ ଜେନା ଙ୍କ ରିପୋର୍ଟ।

4
635 views