
୧୯୯୩ ରୁ ୧୯୯୮ ବ୍ୟାଚ୍ ର ବନ୍ଧୁ ମିଳନ।
୧୯୯୩ ରୁ ୧୯୯୮ ବ୍ୟାଚ୍ ର ବନ୍ଧୁ ମିଳନ।
ଘଷିପୁରା,୬।୨ ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ୧୯୯୩ ରୁ ୧୯୯୮ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ହଦଗଡ଼ ଡ୍ୟାମ ପରିସରରେ ଉତ୍ସାହ ଓ ଆନନ୍ଦମୟ ରେ ତ୍ୱପ ପ୍ରକାଶ ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଶୁଶାନ୍ତ ମହାପାତ୍ର, ରଞ୍ଜିତ ପାଢ଼ୀ, ସରୋଜ ଦାସ, ସୁପ୍ରଭା ସ୍ୱାଇଁ, ରଶ୍ମୀତା ପଣ୍ଡା, ପ୍ରୀତିନନ୍ଦା ଭୁଇଆଁ, ମଧୁସ୍ମିତା ଲେଙ୍କା ପରିଚାଳନା କରିଥିବା ବେଳେ ଦୀର୍ଘ ବର୍ଷ ପରେ ସମସ୍ତ ବନ୍ଧୁମାନେ ଏକାଠି ହେବାର ଅବସର ପାଇ ଭାବୁକ ହୋଇପଡ଼ିଥିଲେ। ପାଠପଢ଼ା ସମୟର ସ୍ମୃତି, କଲେଜ ଜୀବନର ମଜା ଓ ସ୍ମୃତିଚାରଣ ମଧ୍ୟରେ ପରିବେଶ ହସ-ଖୁସିରେ ଭରିଯାଇଥିଲା। ଅନେକେ ଦୂରଦୂରାନ୍ତରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁରୁଣା ସମ୍ପର୍କକୁ ପୁନଃ ଜୀବନ୍ତ କରିଥିଲେ। କାର୍ଯ୍ୟକ୍ରମରେ ସାମୁହିକ ଆଲୋଚନା, ସ୍ମୃତିଚାରଣ, ଖେଳକୁଦ, ସଂସ୍କୃତିକ ଅନୁଷ୍ଠାନ ଓ ସମୂହ ଭୋଜନର ବ୍ୟବସ୍ଥା ହୋଇଥିଲା। ସମସ୍ତେ ଏହି ଅବସରକୁ ସ୍ମରଣୀୟ କରିବାକୁ ଗ୍ରୁପ ଫଟୋ ମଧ୍ୟ ଉଠାଇଥିଲେ। ଏତେ ବର୍ଷ ପରେ ସମସ୍ତ ବନ୍ଧୁମାନଙ୍କ ସହିତ ମିଳିବା ଆମ ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ। ଆଜି ପୁଣି ସେହି କଲେଜ ଦିନକୁ ମନେ ପକାଇଦେଲା ବୋଲି ପୂରାତନ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରୁଣା ସମ୍ପର୍କକୁ ଆଉ ମଜବୁତ କରିବା ସହ ଆଗାମୀ ଦିନରେ ମଧ୍ୟ ଏପରି ଆୟୋଜନ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେଇଛି।
ବିଜୟ ଜେନା ଙ୍କ ରିପୋର୍ଟ।